୬୪ବର୍ଷ ମଧ୍ୟରେ ଗୋପୀମୋହନଙ୍କ ୧୬୨ଥର ରକ୍ତଦାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସ୍ମାର୍ଟ ନଗରୀ ଭୁବନେଶ୍ୱରର ଭୀମଟାଙ୍ଗୀ ନିବାସୀ ଗୋପୀମୋହନ ପଟ୍ଟନାୟକ ବେଶ୍ ଜଣାଶୁଣା । କେହି ତାଙ୍କୁ ରକ୍ତର ମାନବ କହୁଥିବା ବେଳେ ଆଉ କେହି ବ୍ଲଡ଼ମ୍ୟାନ୍ ଓ ସେଞ୍ଚୁରିୟାନ୍ ବ୍ଲଡ ଡ଼ୋନର ବୋଲି ସମ୍ବୋଧିତ କରିଥାନ୍ତି । ରାତି ହେଉ ବା ଦିନ ହେଉ, ଜଣା ହେଉ କି ଅଜଣା ହେଉ ଯଦି କାହାର ରକ୍ତର ଆବଶ୍ୟକ ପଡ଼େ ଗୋପୀମୋହନ ତୁରନ୍ତ ରୋଗୀ ନିକଟରେ ପହଞ୍ôଚ ରକ୍ତର ବ୍ୟବସ୍ଥା କରି ଜୀବନ ବଞ୍ଚାଇବାରେ ସହାୟକ ହୋଇଥାନ୍ତି । ଏପରିକି ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଲେ ଗୋପୀମୋହନଙ୍କୁ ଖୋଜାହୁଏ । ରକ୍ତଦାନକୁ ଜୀବନର ବ୍ରତ ହିସାବରେ ସେ ଗ୍ରହଣ କରି ଅଦ୍ୟାବଧି ୧୬୨ଥର ରକ୍ତଦାନ ସହ ୧୯ଥର ପ୍ଲେଟଲେଟ୍ ଦାନ କରିସାରିଲେଣି ।ଆଜି ୬୪ବର୍ଷ ବୟସ ଗୋପୀମୋହନଙ୍କୁ ପୁରିଛି । ନିଜର ଏହି ଅଭୁଲା ଦିନଟିକୁ ସ୍ମରଣୀୟ ରଖିବା ପାଇଁ ସେ ନିଆରା ଢଙ୍ଗରେ ଜନ୍ମଦିବସଟିକୁ ପାଳିଛନ୍ତି । ନିଜର ସାଙ୍ଗ, ସାଥୀ, ଆତ୍ମୀୟସ୍ୱଜନ ଓ ଧର୍ମପତ୍ନୀ ଆଶାଲତାଙ୍କୁ ନେଇ ରକ୍ତଭଣ୍ଡାରରେ ପହଞ୍ôଚ ସେ ନିଜର ୧୬୨ତମ ରକ୍ତଦାନ କରିଛନ୍ତି । ନିଜେ ରକ୍ତ ଦେବା ସହ ଆତ୍ମୀୟସ୍ୱଜନମାନେ ରକ୍ତଭଣ୍ଡାରରେ ପହଞ୍ôଚ ରକ୍ତଦାନ କରିଥିଲେ । ରକ୍ତ ଯୋଡ଼ିଥାଏ ସମ୍ପର୍କର ଡ଼ୋରୀ । ରକ୍ତ ଅଭାବରୁ ଅମୂଲ୍ୟ ଜୀବନ କାହାର ନଷ୍ଟ ନହେଉ ଅନ୍ୟମାନଙ୍କୁ ଏକଥା ବୁଝାଇଥାନ୍ତି । ଓଡ଼ିଶାରେ ଗୋପୀମୋହନ ପ୍ରଥମ ବ୍ୟକ୍ତି ଯେକି ବିବାହ ବାର୍ଷିକୀ ଉତ୍ସବରେ ରକ୍ତଦାନ ଶିବିର ଆୟୋଜନ ର ପ୍ରଥମ ଶୁଭାରମ୍ଭ କରିଥିଲେ । ପାଖାପାଖି ୨୫୦୦ରୁ ଉର୍ଦ୍ଧ୍ୱ ରକ୍ତଦାନ ଶିବିର ଆୟୋଜନ ସେ କରିସାରିଲେଣି । ତଥାପି ସେ ଥକିପଡ଼ି ନାହଁନ୍ତି । ଏହି ଅବସରରେ ଅନେକ ଶୁଭେଚ୍ଛୁ, ସାମାଜିକ କର୍ମୀ ଗୋପୀମୋହନଙ୍କ ଏହି ନିଆରା ଜନ୍ମଦିନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଗୋପୀମୋହନଙ୍କ ଦୀର୍ଘାୟୁ କାମନା କରିବା ସହ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରୀତିଶ କୁମାର ମିଶ୍ର, ବସନ୍ତ ସାମଲ, ସୌମ୍ୟରଞ୍ଜନ ତ୍ରିପାଠୀ, ଭବାନୀ ପ୍ରସାଦ ନନ୍ଦ, ଜ୍ଞାନରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଗୋପୀମୋହନଙ୍କ ଏତାଦଶ୍ୟ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ