୬୪୪ ଉଗ୍ରବାଦୀଙ୍କ ଆତ୍ମସମର୍ପଣ

ଆସାମ: ଗୁରୁବାର ୬୪୪ଜଣ ଉଗ୍ରବାଦୀ ୧୭୭ଟି ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏକ ସଫଳତା ମିଳିଛି। ୬୪୪ଜଣ ଉଗ୍ରବାଦୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ଉଗ୍ରବାଦୀ ପ୍ରତିବନ୍ଧିତ ସଙ୍ଗଠନ ଦଳ ଉଲ୍‌ଫା (ଆଇ), ଏନ୍‌ଡିଏଫବି, ଆରଏନଏଲ୍‌ଏଫ, କେଏଲଓ, ସିପିଆଇ (ମାଓବାଦୀ), ଏନଏସ୍‌ଏଲ୍‌ଏ ଓ ଏଡିଏଫ୍‌ରେ ସାମିଲ୍‌ ରହିଥିଲେ। ରାଜ୍ୟ ତଥା ଆସାମ ପୋଲିସ୍‌ ପାଇଁ ଆଜିର ଦିନ ଐତିହାସିକ ଦିନ ବୋଲି କହିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ