୬୪ ଠିପିବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ

୬୪ ମଦ ଦୋକାନ ପାଇଁ ୧୦୩୭ ଜଣ ଆବେଦନ କାରୀ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଅବକାରୀ ଜିଲ୍ଲାର ୬୪ଟି ଠିପିବନ୍ଦ ବିଦେଶୀ ମଦ ଦୋକାନର ଲଟେରୀ ମାଧ୍ୟମରେ ବନ୍ଦୋବସ୍ତ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବା ୧୦୩୭ ଆବେଦନକାରୀ ଏହି ଲଟେରୀ ରେ ଭାଗ ନେଇଛନ୍ତି । ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଥିବା ପୁରୁଣା ସମ୍ମିଳନୀ କକ୍ଷରେ ଗୁରୁବାର ଆୟୋଜିତ ଲଟେରି ଉଠାଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ପ୍ରଥମେ ଲଟେରୀ ଉଠାଣ କାର୍ଯୟକ୍ରମ ର ଶୁଭାରମ୍ଭ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଲମାଧବ ଭୋଇ, ଅବକାରୀ ଡେପୁଟି କମିଶନର (ସଦର ଡିଭିଜନ) ଶାନ୍ତନୁ ନାୟକ, ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରା, ବ୍ରହ୍ମପୁର ଅବକାରୀ ଅଧିକ୍ଷିକ ରମେନ୍ଦ୍ର ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ବ୍ରହ୍ମପୁର ଅବକାରି ଜିଲ୍ଲାର ୩୬ ଠିପି ବିଦେଶୀ ମଦ ଦୋକାନ ନିମନ୍ତେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ