୬୯ଲିଟର ଚୋରା ଦେଶୀ ରନ୍ଧା ମଦ ସହ ୮୬୦ଲିଟର ମହୂଲ ପୋଚ ନଷ୍ଟ : ଜଣେ ମହିଳା ଗିରଫ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ତତ୍ବାବଧାନରେ ଅବକାରୀ ବିଭାଗର ପକ୍ଷରୁ ପେଟ୍ରୋଲିଂ ଓ ଅବକାରୀ ଚଢଉକୁ ଯୋରଦାର କରାଯାଇଛି | ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅବକାରୀ ସଦର ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସ୍ଥାନୀୟ ଖଞ୍ଜାମାଦିକା ସାହି ନିକଟରେ ଜଣେ ମହିଳାଙ୍କୁ ସନ୍ଦେହରେ ପଚରାଉଚରା କରିବା ସହ ସେ ଧରିଥିବା ଏକ ଜରି ଅଖାବ୍ୟାଗକୁ ଯାଞ୍ଚ କରିଥିଲେ | ସେଥିରେ ୧୯ଲିଟର ପରିମାଣର ଚୋରା ଦେଶୀ ରନ୍ଧା ମଦ ପାଉଚ ଗୁଡିକ ଥିବାର ଦେଖି ତୁରନ୍ତ ମହିଳା ଚାଲାଣକାରୀଙ୍କୁ ଗିରଫ କରି ମାମଲା ରୁଜୁକରାଯାଇଥିବାର ଜଣାପଡିଛି | ସେହିପରି ସହର ଉପକଣ୍ଠସ୍ଥ ତୁଳସୀପାଡୁ ଗ୍ରାମ ନିକଟରେ ଚଢଉ କରାଯାଇ ୮୬୦ଲିଟର ମହୂଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବାବେଳେ ୪୦ଲିଟର ଚୋରା ଦେଶୀ ରନ୍ଧା ମଦକୁ ଜବତ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି |ଏହି ପେଟ୍ରୋଲିଂ ଦଳରେ ସଦର ଅବକାରୀ ଥାନାର ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ