୬ ଆଙ୍ଗୁଠି ଥିବାରୁ ଶିଶୁ ପୁତ୍ର ନାମ ‘ହ୍ରିତିକ୍‌’

ନୂଆଦିଲ୍ଲୀ: ଦେଶ ଦୁନିଆରେ ବଲିଉଡ୍ ତାରକାମାନଙ୍କର କୋଟି କୋଟି ପ୍ରଶଂସକ ରହିଥିବା ବେଳେ ନିଜ ପ୍ରିୟ ଅଭିନେତାଙ୍କୁ ସମ୍ମାନ ଜଣା‌ଇ କିଏ କେତେ କଥା କରୁଥିବା‌ ଆମେ ପ୍ରତି ଦିନ ଶୁଣୁଛେ। ଏମିତି ଆଉ ଏକ ଘଟଣା ଆଜି ସାମ୍‌ନାକୁ ଆସିଛି। ଇମ୍ଫାଲ‌ରେ ରହୁଥିବା ହ୍ରିଷିକେଶ ନାମକ ଜଣେ ଯୁବକ ତାଙ୍କ ନବଜାତକ ପୁଅର ନାମ ହ୍ରିତିକ୍‌ ରଖିଛନ୍ତି। ଶିଶୁପୁତ୍ରର ୬ଟି ଆଙ୍ଗୁଠି ଥିବାରୁ ସେ ତା’ର ଏପରି ନାମକରଣ କରିଥିବା ସେ କହିଛନ୍ତି। ହ୍ରିଷିକେଶ ଟ୍ବିଟର୍‌ରେ ଉଲ୍ଲେଖ କରିଛନ୍ତି, ‘କହୋ ନା ପ୍ୟା‌ର୍‌’ ଚଳଚ୍ଚିତ୍ର ଦେଖିବା ପରଠାରୁ ସେ ହ୍ରିତିକ୍‌ଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଥିଲେ। ତାଙ୍କ ନାମ ଋଷିକେଶ ଥିଲା। କିନ୍ତୁ ହ୍ରିତିକ୍‌ଙ୍କ ପାଇଁ ସେ ତାଙ୍କ ନାମ ଆଗରେ ‘ଏଚ୍‌’ ସଂଯୋଗ କରି ଋଷିକେଶରୁ ହ୍ରିଷିକେଶ କରିଛନ୍ତି। ଏବେ ଭଗବାନଙ୍କ କୃପାରୁ ହ୍ରିତିକଙ୍କ ଭଳି ତାଙ୍କ ପୁଅ ବି ୬ ଆଙ୍ଗୁଠି ‌ନେଇ ଜନ୍ମ ହୋଇଛି। ତେଣୁ ତା’ ନାମ ମୁଁ ହ୍ରିତିକ୍‌ ରଖିଛି ବୋଲି ହ୍ରିଷିକେଶ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ