୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅଟକ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ପୋଲିସ ଶୁକ୍ରବାର ମୋହନା – ପି. ଗୋବିନ୍ଦପୁର ରାସ୍ତା ରେ ପେଟ୍ରୋଲିଂ କଲାବେଳେ କେଶରା ଛକ ନିକଟରୁ ଏକ ବୋଲେରୋ ପିକ୍ ଅପ୍ ଗାଡି ନଂ OD 07 S 9311 ରୁ ବିପୁଳ ଗଞ୍ଜେଇ ଜବତ କରିଛି l ଜବତ ଗଞ୍ଜେଇ ଅଡବା ଅଞ୍ଚଳ ରୁ କେଶରା ଦେଇ ଗଞ୍ଜାମ ଜ଼ିଲ୍ଲା କୁ ଚାଲାଣ ହେଉଥିଲା l ତେଵେ ଗାଡ଼ିରେ ଥିବା ତିନି ଜଣ ଚାଲାଣକାରି ଙ୍କ ମଧ୍ୟରୁ ଦୁଇଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣେ ଅଭିଯୁକ୍ତ କୁ ଅଟକ ରଖି ପୋଲିସ ଅଧିକ ତଥ୍ୟ ବାହାର କରୁଛି l ଜବତ ଗଞ୍ଜେଇ କୁ ଓଜନ କରିବାରେ ତାହା ୬ କୁଇଣ୍ଟାଲ ୯ କେଜି ହୋଇଥିବା ଜଣା ପଡିଛି l ଏହାର ମୂଲ୍ୟ ୩୦ ଲକ୍ଷ ରୁ ଉର୍ଦ୍ଧ ହେବ l ଘଟଣା ର ତଦନ୍ତ ଚାଲିଛି ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ