୬ ଜଣ ଯୁବକଙ୍କୁ ଆଡଭୋକେଟ ଭାବେ ଚୟନ କଲା ମିଳିତ ଜାତିସଂଘ
ନିମାପଡ଼ା, (ସନ୍ତୋଷ ଦାଶ):ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ ଭାରତ ର ୩୫୦ ନିୟୁତ ଯୁବକ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ସାରା ଭାରତ ରୁ ୬ଜଣ ପ୍ରେରଣାଦାୟୀ ଯୁବକଙ୍କୁ ଆଡଭୋକେଟ ଭାବେ ଚୟନ କରିଛି ମିଳିତ ଜାତିସଂଘ। ଯେଉଁଥିରେ ସ୍ଥାନ ପାଇ ଆମ ରାଜ୍ଯ ର ଗୌରବ ବଢାଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ତଳବା ଗ୍ରାମ ର ସୌମ୍ୟ ରଞ୍ଜନ ବିଶ୍ବାଳ। ଏଥିପାଇଁ ଜାତିସଂଘ ର ଭାରତୀୟ କାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ଏକ ସମ୍ବର୍ଦ୍ଧନା
ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସମଗ୍ର ଭାରତ ବର୍ଷ ରୁ ଚୟନ କରାଯାଇଥିବା ୬ଜଣ ଯୁବକ ଙ୍କୁ ଆଡଭୋକେଟ ଭାବେ ଗ୍ରହଣ କରାଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଏମାନେ ଆସନ୍ତା ୨ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ଯୁବବର୍ଗ ଙ୍କୁ ସଚେତନ କରିବେ। ସେମାନଙ୍କ କାମ ଯେପରି ୩୫୦ ନିୟୁତ ଯୁବ ଗୋଷ୍ଠୀ ଙ୍କୁ ପ୍ରେରଣା ଦେବ ସେଥିଲାଗି ମିଳିତ ଜାତିସଂଘ ଏହି ଯୁବ ଆଡଭୋକେଟ ମାନଙ୍କ ଦକ୍ଷତା ବିକାଶ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ ଯୋଗାଇ ଦେବ । ଏହି କାର୍ଯ୍ୟକ୍ରମ ରେ ଜାତିସଂଘ ଭାରତ ର ରେସିଡେନ୍ସ କୋଡ଼ିନେଟର ସୋମ୍ବି ସାର୍ପ, ଭାରତ ସରକାର ଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର, ୟୁ ଏନଡି ପି ମୁଖ୍ୟ ଶୋକା ନୋଡା ପ୍ରମୁଖ ଙ୍କ ସହ ମିଳିତ ଜାତିସଂଘ ସହ ଜଡ଼ିତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଥିଲେ। ସୂଚନା ଯୋଗ୍ୟ ଯେ, ୨୦୧୪ମସିହା ଠାରୁ ସୌମ୍ୟ ଜଳବାୟୁ ପରିବର୍ତ୍ତନ ପ୍ରଭାବ କୁ ଅନୁଭବ କରି ଜୈବ ବିବିଧତା ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ଯ କରି ଆସୁଛନ୍ତି। ତାଙ୍କ ନିଜ ଗାଁ ସମୁଦ୍ର କୂଳରେ ହୋଇଥିବା ବେଳେ ବିଭିନ୍ନ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ସେ ଦେଖି ଆସୁଛନ୍ତି।ହେନ୍ତାଳ ବଣ/ଲୁଣା ଜଙ୍ଗଲ ଉପକୂଳ ଅଞ୍ଚଳ ର ସୁରକ୍ଷା କବଚ ବୋଲି ସେ ଅନୁଭବ କରି ଏହାର ସୁରକ୍ଷା, ବୃଦ୍ଧିଦିଗରେ ସେ ଅସ୍ତରଙ୍ଗ ଉପକୂଳବାସୀଙ୍କୁ ସଚେତନ କରି ଆସୁଥିବା ବେଳେବିରଳ ଅଲିଭ ରିଡଲେ କଇଁଛ ଙ୍କ ସୁରକ୍ଷା, ନଦୀ ପ୍ରଦୂଷଣ ରୋକିବା ଦିଗରେ ବହୁ କାର୍ଯ୍ୟକ୍ରମ ସେ ସାଙ୍ଗ ସାଥି ଙ୍କୁ ନେଇ ପଯ୍ୟାବରଣ ସଂରକ୍ଷଣ ଅଭିଯାନ ନାମରେ ଏକ ସଙ୍ଗଠନ କରି ହାତକୁ ନେଇଛନ୍ତି।