୬ ଦିନ ହେବ ଗ୍ରାମରେ ଜଳୁନି ଚୁଲି, ଘଟୁଛି ଅଦ୍ଭୂତ୍ କାଣ୍ଡ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁରସ୍ଥିତ ଦାସସାହି ଗ୍ରାମରେ ଗତ ୬ଦିନ ଧରି ଗ୍ରାମର କାହା ଘରେ ଚୁଲି ଜଳୁନାହିଁ । ଗ୍ରାମରେ ପ୍ରାୟ ୮ଟି ପରିବାର ଥିବା ବେଳେ ପ୍ରତ୍ୟେକ ଦିନ କାହାର ନା କାହାର ଚାଳରେ ନିଆଁ ଲାଗୁଛି । ଚାଳ ଉପରେ ଧୂଆଁମୟ ହୋଇଯାଇଛି । ତାହାକୁ ଗ୍ରାମବାସୀ ମାନେ ପାଣି ଢାଳି ଲିଭାଉଛନ୍ତି । ଏଭଳି ଅଦ୍ଭୂତ କାଣ୍ଡ ପାଇଁ ଗ୍ରାମବାସୀ ମାନେ ଚିନ୍ତାରେ ପଡିଛନ୍ତି । ଗ୍ରାମାବାସୀଙ୍କ କହିବା ଅନୁଯାୟୀ ଏକ ନିଆଁ ପିଣ୍ଡୁଳା ଭଳି ଚାଳ ଉପରେ ଦେଖାଯାଉଛି । ତାପରେ ସେ ଉଭାନ ହୋଇ କିଛି ଅଂଶ କ୍ଷତି ଘଟାଉଛନ୍ତି । ଗ୍ରାମର ସଦାଶିବ ଦାସ, ଆନନ୍ଦ ଦାସ, ନନ୍ଦ କିଶୋର ଦାସ, ଅପର୍ତ୍ତି ଦାସ, ସନାତନ ଦାସଙ୍କ ଘର ଚାଳରେ ଏଭଳି ଅଦ୍ଭୂତ୍ କାଣ୍ଡ ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀଙ୍କ ସମେତ ଆଗରପଡା, ଭଣ୍ଡାରିପୋଖରୀ ଦମକଳ ବାହିନୀ ବାରମ୍ବାର ଘଟଣା ସ୍ଥଳକୁ ଆସୁଥିବାର ଦେଖାଯାଇଛି ।