୬ ବର୍ଷର ବାଳକ ଅଦ୍ଭୁତ ବ୍ୟାୟାମ ୨ ଘଣ୍ଟାରେ ୩ ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର
ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ । ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ । କେବଳ ସେତିକି ନୁହେଁ, ଯଦି ଆପଣ ଏକାଥରକେ ୩ ହଜାରରୁ ଊଦ୍ଧ୍ୱର୍ ଦଣ୍ଡ ବୈଠକ କରନ୍ତି ତେବେ ୱାଲର୍ଡ ରେକର୍ଡ କରିବା ସହ ଏକ ବିଳାସମୟ ପ୍ରାସାଦ ବା ଦାମିକିଆ ଗାଡ଼ି ମଧ୍ୟ ଜିତିପାରିବେ । ଆପଣ ଏହାକୁ ଥଟ୍ଟା ବୋଲି ଭାବୁଥିବେ, କିନ୍ତୁ କଥାଟି ସତ । କିଛି ଏଭଳି ଘଟଣା ଘଟିଛି ରୁଷର ନାଭି ରେଦାନ୍ତରେ । ଉକ୍ତ ସହରରେ ରହୁଥିବା ୬ବର୍ଷର ବାଳକ ଇବ୍ରାହିମ୍ ଲ୍ୟାନୋଭ ୨ଘଣ୍ଟାରେ ଏକାଥରକେ ୩୨୭୦ ଥର ଦଣ୍ଡ ବୈଠକ କରି ନିଜ ପରିବାର ପାଇଁ ଏକ ବିଳାସମୟ କୋଠା ଜିତିପାରିଛନ୍ତି । ସୂଚନାଯୋଗ୍ୟ, ଇବ୍ରାହିମ୍ ବହୁ ସମସ୍ୟାର ସାମ୍ନା କରି ଏକ ସ୍ଥାନୀୟ ସ୍ପୋଟର୍ସ କ୍ଲବ ଚିନ୍ଗିଞ୍ଜର୍ ଧ୍ୟାନ ନିଜର ଫିଟ୍ନେସ୍ ଆଡ଼କୁ କେନ୍ଦ୍ରୀଭୂତ କରିଥିଲେ । ଏହାପରେ ତାଙ୍କର ଫିଟ୍ନେସ୍ରେ ପ୍ରଭାବିତ ହୋଇ ସ୍ପୋଟର୍ସ କ୍ଲବ ତାଙ୍କ ଘର ଲୋକଙ୍କ ପାଇଁ ଏକ ଆପାର୍ଟମେଣ୍ଟ ଉପହାର ଦେଇଥିଲେ । ଏଥିସହ ନିଜର ଏହି ବିସ୍ମୟକର କାର୍ଯ୍ୟ ପାଇଁ ଇବ୍ରାହିମ୍ ରୁଷିଆନ ବୁକ୍ ଅଫ୍ ରେକଡର୍ସରେ ନାଁ ଲେଖାଇଛନ୍ତି । ଇବ୍ରାହିମ ଓ ତାଙ୍କ ପିତା କ୍ଲବର ରେଗୁଲାର ମେମ୍ବର ରହିଥିବାବେଳେ ତାଙ୍କୁ ଦଣ୍ଡ ବୈଠକ ଜିତିବା ପାଇଁ ପ୍ରତିଦିନ ଟ୍ରେନିଂ ଦିଆଯାଉଛି । ସୂଚନା ମୁତାବକ, ୨୦୧୮ରେ ମଧ୍ୟ ଜଣେ ୫ବର୍ଷର ବାଳକ ଏକାଥରକେ ୪୧୫୦ ଦଣ୍ଡ ବୈଠକ କରି ଏକ ମର୍ସିଡିଜ୍ ଉପହାର ହାତେଇଥିଲେ ।


