୬ ମାସ ସ୍କୁଲ ଫି ଛାଡ଼ ପାଇଁ ଦାବି
ଭୁବନେଶ୍ୱର: କରୋନା ପାଇଁ ରୋଜଗାର ନାହିଁ । ବହୁ ଅଭିଭାବକଙ୍କ ରୋଜଗାର ବନ୍ଦ । ଏଭଳି ସମୟରେ କେମିତି ସ୍କୁଲ ଫି ଦେବୁ । ଏଥିପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ୟାନ ଦିଅନ୍ତୁ । ଛଅ ମାସର ସ୍କୁଲ ଫି ଛାଡ଼ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ନିବେଦନ କରିଛନ୍ତି ଓଡ଼ିଶା ଅଭିଭାବକ ମହାସଂଘର ସଦସ୍ୟ । ରାଜ୍ୟର ୨୬ଟି ଜିଲ୍ଲାର ଅଭିଭାବକମାନେ ମହାସଂଘର ଡାକରାରେ ସ୍କୁଲର ଛଅମାସର ଦରମା ଛାଡ଼ କରିବାକୁ ନିବେଦନ କରିଛନ୍ତି । ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, କରୋନା ବିପତ୍ତି ଯୋଗୁଁ ସମସ୍ତଙ୍କର ରୋଜଗାର ବନ୍ଦ । ଲକଡାଉନର ପ୍ରଥମ ପର୍ଯ୍ୟାୟରେ ଅଭିଭାବକଙ୍କ ନିବେଦନରେ ମୁଖ୍ୟମନ୍ତ୍ରୀ ସବୁ ଘରୋଇ ସ୍କୁଲକୁ ତିନି ମାସର ସ୍କୁଲ ଫି ଛାଡ଼ କିମ୍ବା ପରେ ଦେବାକୁ ନିବେଦନ କରିଥିଲେ ।


