୬ ରାଜ୍ୟକୁ ମିଳିଲା ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ : ରାଷ୍ଟ୍ରପତିି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶ ଓ ବିହାର ସମେତ ୬ ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ରସରକାରଙ୍କ ସହମତି କ୍ରମେ ରାଷ୍ଟପତି ରାମନାଥ କୋବିନ୍ଦ ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ୍ରଜଗଦୀପ ଧନକଡଙ୍କୁ ପଶ୍ଚିମବଙ୍ଗର ରାଜ୍ୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ସେହିପରି ରମେଶ ବୈସୟଙ୍କୁ ତ୍ରିପୁରାର ରାଜ୍ୟପାଳ ଦାଇତ୍ୱ ଦିଆଯାଇଛି ।ଆରଏନ ରବିଙ୍କୁ ନାଗାଲାଣ୍ଡାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି ।ବିହାରର ରାଜ୍ୟପାଳ ଭାବେ ଫାଗୁ ଚୈାହାନ ଲାଲାଜୀ ଟଣ୍ଡନଙ୍କ ସ୍ଥାନ ନେଇଛନ୍ତି । ସେହିପରି ଲାଲାଜୀ ଟଣ୍ଡନକୁ ନୂଆ ରାଜ୍ୟପାଳ ଭାବେ ମଧ୍ୟ ପ୍ରଦେଶରେ ନିଯୁକ୍ତି ଦିଆଯାଇଛି ।ମଧ୍ୟ ପ୍ରଦେଶର ରାଜ୍ୟ ପାଳ ଆନନ୍ଦି ବେନ ପଟେଲଙ୍କୁ ଉତ୍ତର ପ୍ରଦେଶର ନୂତନ ରାଜ୍ୟପାଳ ଦାଇତ୍ୱ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ