ବେଦାନ୍ତ ହସ୍ପିଟାଲ ପକ୍ଷରୁ ଲାଞ୍ଜିଗଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲାଞ୍ଜିଗଡ଼, (ଯୁଗାବ୍ଦ ନ୍ୟୁଜ) – ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିଃ. ୟୁନିଟ୍ ପକ୍ଷରୁ ହରେକୃଷ୍ଣପୁରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ବେଦାନ୍ତ ହସ୍ପିଟାଲ ସହଯୋଗରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏହି ସ୍ୱାସ୍ଥ୍ୟ ଶିବିରର ମୂଳଲକ୍ଷ୍ୟ । ଏକ ୫ ଜଣିଆ ଡାକ୍ତରୀଦଳ ଏହି ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥିଲେ । ସେମାନଙ୍କ ମଧ୍ୟରେ ଥିବା ଶିଶୁ ବିଶେଷଜ୍ଞ, ସ୍ତ୍ରୀରୋଗ ଓ ପ୍ରସୁତୀ ବିଶେଷଜ୍ଞ ଏବଂ ସାଧାରଣ ବିଶେଷଜ୍ଞ ଆଦି ଉପସ୍ଥିତ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ୍ ସହିତ ଆବଶ୍ୟକ ପରାମର୍ଶ ଦେଇଥିଲେ । ୩୦୨ରୁ ଅଧିକ ସ୍ଥାନୀୟ ଲୋକ ଏହି ଶିବିରରେ ଯୋଗଦେଇ ଡାକ୍ତର ତଥା ବିଶେଷଜ୍ଞମାନଙ୍କଠାରୁ ବିଭିନ୍ନ ରୋଗ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଗ୍ରହଣ କରିବା ସହିତ ମାଗଣା ଔଷଧ ନେଇଥିଲେ । ଏହି ଅବସରରେ ବିଭିନ୍ନ ମେଡ଼ିକାଲ ସେବା, ମ୍ୟାଲେରିଆ ଚିହ୍ନଟ ଏବଂ ସାଧାରଣ ସ୍ୱାସ୍ଥ୍ୟ ଯାଂଚ୍ ଆଦି ସମ୍ପନ୍ନ ହୋଇଥିଲା ।
କଳାହାଣ୍ଡି ଜିଲ୍ଲା ତଥା ଲାଞ୍ଜିଗଡ଼ ଜନସାଧାରଣ ଆମର ସ୍ୱାସ୍ଥ୍ୟ ପ୍ରକଳ୍ପ ଏବଂ ସ୍ୱାସ୍ଥ୍ୟ ସେବାକୁ ବେଶ୍ ପସନ୍ଦ କରୁଛନ୍ତି । ଏହାର ସଫଳ ପ୍ରତିଫଳନ ମେଗା ସ୍ୱାସ୍ଥ୍ୟ ଶିବିରରେ ଦେଖିବାକୁ ମିଳିଛି । ଏଠାରେ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ । ବେଦାନ୍ତ ଗାଁ ଲୋକଙ୍କ ନିକଟରେ ପହଂଚି ପ୍ରତିମାସରେ ଏଭଳି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସେବା ଯୋଗାଣ ଜାରି ରଖିଛି । ବେଦାନ୍ତ ଳାଞ୍ଜିଗଡ଼ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱାରୋପ କରୁଛି । ଏହା ସହିତ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ବେଦାନ୍ତ ହସ୍ପିଟାଲର ସ୍ୱାସ୍ଥ୍ୟ ଶିବିର ଦ୍ୱାରା ଏଠାକାର ଦୁର୍ଗମ ଅଂଚଳରେ ନିୟମିତ ଭାବେ ଆଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ