୭ଟି ଶ୍ରେଣୀରେ ବିମାନ ଉଡ଼ା ସ୍ଥିର

ଭୁବନେଶ୍ୱର: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଏକ ତୃତୀୟାଂଶ ବିମାନ ଉଡାଣକୁ ଅନୁମତି ଦେଇଥିବା ବେଳେ ଏହି ସମୟରେ ଯେପରି ବିମାନ ଭଡ଼ା ଅଧିକ ନ ରୁହେ ସେଥିପାଇଁ ଉଡ଼ାଣ ସମୟକୁ ନେଇ ଭଡ଼ା ଧାର୍ଯ୍ୟ କରିଛି । ଦେଶର ବିଭିନ୍ନ ରୁଟରେ ଉଡ଼ାଣ କରୁଥିବା ବିମାନର ସମୟକୁ ନଜରରେ ରଖି ୭ଟି ଶ୍ରେଣୀରେ ବିମାନ ଉଡ଼ା ସ୍ଥିର ହୋଇଛି ।
୪୦ ମିନିଟରୁ କମ ସମୟ ଉଡ଼ାଣ ପାଇଁ ୨ ହଜାରରୁ ୬ ହଜାର ଟଙ୍କା, ୪୦ ରୁ ୬୦ ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୨୫୦୦ ରୁ ୭୫୦୦, ୬୦ ରୁ ୯୦ ମିନିଟ ପର୍ଯ୍ୟନ୍ତ ବିମାନ ଭଡ଼ା ୩୦୦୦ ରୁ ୯୦୦୦, ୯୦ ରୁ ୧୨୦ ମିନିଟ ପର୍ଯ୍ୟନ୍ତ ବିମାନ ଭଡ଼ା ୩୫୦୦ ରୁ ୧୦୦୦୦, ୧୨୦ ରୁ ୧୫୦ ମିନିଟ ପାଇଁ ୪୫୦୦ ରୁ ୧୩୦୦୦, ୧୫୦ ରୁ ୧୮୦ ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୫୫୦୦ ରୁ ୧୫,୭୦୦, ୧୮୦ ମିନିଟରୁ ୨୧୦ ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୬୫୦୦ ରୁ ୧୮୬୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ରହିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯେଉଁ ଭଡ଼ା ସ୍ଥିର କରିଛି ସେଥିରେ ଭୁବନେଶ୍ୱରରୁ ଛଡ଼ାଣ କରୁ୍ଥିବା ବିମାନଗୁଡ଼ିକର ଭଡ଼ା ଅଢେ଼ଇ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । କାରଣ ଏଠାରୁ ଉଡ଼ାଣ କରୁଥିବା ସମସ୍ତ ବିମାନ ୧ ଘଣ୍ଟାରୁ ୨ ଘଣ୍ଟା ମଧ୍ୟରେ ଯାତ୍ରା କରୁଛି ।
ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁଠୁ ବ୍ୟସ୍ତବହୁଳ ଏବଂ ଅଧିକ ଭଡ଼ା ରହୁଥିବା ରୁଟ୍ ମୁମ୍ବାଇ-ଦିଲ୍ଲୀର ଉଦାହରଣ ଦେଇ କୁହାଯାଇଛି ଯେ, ଏହି ରୁଟରେ ବିମାନ ଭଡ଼ା ୩୫୦୦ ଟଙ୍କାରୁ ୧୦ ହଜାର ଟଙ୍କା ଭିତରେ ରହିବ । ୪୦% ଟିକେଟ୍ ୬୫୦୦ ରୁ ୭ ହଜାର ଟଙ୍କା ଭିତରେ ବିକ୍ରି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ