୭୧ଟି ଦେଶକୁ ଭାରତ ଦେଇଛି ସ୍ୱଦେଶରେ ନିର୍ମିତ କୋଭିଡ ଟିକା

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଭାରତ ଆଜି ସୁଦ୍ଧା ୭୧ଟି ଦେଶକୁ ସ୍ୱଦେଶରେ ନିର୍ମିତ ୫ କୋଟି ୮୬ ଲକ୍ଷରୁ ଊର୍ଦ୍ଧ୍ବ କୋଭିଡ ପ୍ରତିଷେଧକ ଡୋଜ୍‍ ଯୋଗାଇ ଦେଇଛି। ସେଥିମଧ୍ୟରୁ ମୈତ୍ରୀ ଯୋଜନା ଅଧୀନରେ ବିନା ମୂଲ୍ୟରେ ୩୭ଟି ଦେଶକୁ ୮୧ ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିଷେଧକ ଡୋଜ୍‍ ଯୋଗାଇ ଦିଆଯାଇଛି। ବାଂଲାଦେଶ, ମିଆଁମାର, ନେପାଳ, ଭୂଟାନ, ମାଳଦୀପ, ମରିସସ୍‍, ଶ୍ରୀଲଙ୍କା, ସେଚେଲ୍ସ, ବାହାରିନ୍‍, ଓମାନ ଓ ଆଫଗାନିସ୍ଥାନ ସମେତ ଅନ୍ୟକେତେକ ଦେଶକୁ ଏହି ଯୋଜନା ଅଧୀନରେ କୋଭିଡ ଡୋଜ୍‍ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ଦେଶକୁ କୋଭିଡ ଭାକ୍ସିନ୍‍ ଯୋଗାଣ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ