୭୧ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ୨୦୨୦
ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗ୍ରାମ ପଂଚାୟତର ନୂଆପୁର ଗ୍ରାମରେ ଆଜି ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ତର‘ରୁ ୭୧ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ-୨୦୨୦ର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଏଥିରେ ଯୋଗଦାନ କରି ଚାରା ରୋପଣ କରିବା ସହିତ ବନ ମହୋତ୍ସବ ସପ୍ତାହ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାମଚନ୍ଦ୍ର ଜେନା, ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱରାଜ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ସହକାରୀ ବନ ସଂରକ୍ଷକ ଶ୍ରୀ ତପନ କୁମାର ପରିଡା, ସହକାରୀ ବନ ସଂରକ୍ଷକ ଡା. ରଶ୍ମିରଞ୍ଜନ ସ୍ୱାଇଁ, ଶାସଙ୍ଗ ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ ଖୁଲଣ ଜେନା, ଚାନ୍ଦିପୁର ବନ୍ୟପ୍ରାଣୀ ବନଖଣ୍ଡ ବନାଂଚଳ ଅଧିକାରୀ କୁମାରୀ ଖିରାବ୍ଦୀ ପ୍ରଧାନ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ରହି ଚାରା ରୋପଣ ଉତ୍ସବକୁ ‘ଳପ୍ରଦ କରିଥିଲେ । ବନଖଣ୍ଡ ଅଧିକାରୀ ଶ୍ରୀ ପଣ୍ଡା ବନ ମହୋତ୍ସବ ସପ୍ତାହର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ଓ.ଇ.ଏମ.ଏଫ ଏବଂ କାମ୍ପା ଯୋଜନାରେ ୧,୪୦,୦୦୦ ସଂଖ୍ୟକ ଚାରା ବଂଟନ କରିବା ପାଇଁ ଏବଂ ୩୫,୦୦୦ ସଂଖ୍ୟକ ଚାରା ବନୀକରଣ ପାଇଁ ଉତ୍ପାଦନ କରାଯାଇଛି । ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ସ୍ଥାପନ କରି ଏବଂ ଭ୍ରାମ୍ୟମାଣ ଯାନ ନିୟୋଜନ କରି ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୁଲଭ ମୂଲ୍ୟରେ ଏହା ଚାରା ପ୍ରଦାନ କରାଯାଉଅଛି । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିର କାର୍ଯ୍ୟକ୍ରମରେ କୋଭିଡ ନିୟମାବଳୀର ଅନୁପାଳନ ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ କରୋନା ଭୂତାଣୁ ବା କୋଭିଡ-୧୯ ଯୋଗୁଁ ସମାରୋହରେ ସର୍ବସାଧାରଣଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନ ଥିଲା ।