୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ବନ୍ତ ପଞ୍ଚାୟତ ସମିତିରେ ବିଡିଓ ରେବେକା ବିଲୁଙ୍ଗ, ତହସିଲରେ ତହସିଲଦାର ଇନ୍ଦିରା ସାହୁ, ସବ୍-ରେଜେଷ୍ଟି କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ବନ୍ତ ଥାନାରେ ଆଇଆଇସି ମିନା ବିନ୍ଧାଣୀ, ବିଇଓ ଅଫିସରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ରଘୁନାଥ ଚଣ୍ଡ, ବନ୍ତ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ନିର୍ମଳ ଚନ୍ଦ୍ର ବାରିକ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଏସ.ଡି.ଓ କାଳନ୍ଦି ଚରଣ ବେହେରା, ଜଳସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ସ୍କୁଲରେ ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ବାରିକ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ପ୍ରଣୟ କୁମାର ପଢିଆରୀ, ଟିଲୋ ପଞ୍ଚାୟତ ଓ ମିଶନଶକ୍ତି କାର୍ଯ୍ୟାଳୟରେ ସରପଞ୍ଚ ନିହାରିକା ରାଉତ, ନିଳୋକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ସାଧନା ବିଦ୍ୟା ମନ୍ଦିରରେ ସରପଞ୍ଚ ଅଶୋକ ମହାନ୍ତି, ପଞ୍ଚାୟତ ହାଇସ୍କୁଲରେ ସମାଜସେବୀ ସେକ୍ ଜଲାଲଉଦ୍ଦୀନ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ଏଥିସହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ପୋଷ୍ଟ ଅଫିସ, ଆର.ଡବ୍ଲ୍ୟୁ.ଏସ୍.ଏସ୍ ଅଫିସ, ନିଳୋକ ବିଦ୍ୟୁତ୍ ଷ୍ଟକ୍ଚର, କଳିଙ୍ଗ ବିକାଶ କଂପ୍ୟୁଟର, ଗଡଚଣ୍ଡି ମଧ୍ୟ ଇଂରାଜୀ ବିଦ୍ୟାଳୟ, ପଦ୍ମାବତୀ କମ୍ପ୍ୟୁଟର ଏକାଡେମୀ, ଟିଲୋ ପ୍ରାଥମିକ ଓ ସରକାରୀ ନୋଡାଲ ହାଇସ୍କୁଲ ସମେତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକରେ ଏହି ଦିବସ ପାଳିତ ହୋଇଯାଇଛି ।