୭୨ ଏକରରୁ ଉର୍ଦ୍ଧ ଜଙ୍ଗଲ ଜମିରେ ଗଞ୍ଜେଇ ଗଛକୁ ପୋଡାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଏସ୍‌ପି ଜୟରାମ ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚୋରାରେ ଚାଷ କରାଯାଇଥିବା ୭୨ଏକରରୁ ଉର୍ଦ୍ଧ ଜଙ୍ଗଲ ଜମିର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରି ଦିଆଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଅଡବା ଥାନା ଅନ୍ତର୍ଗତ କଟାମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଗଣ୍ଡା ଗ୍ରାମାଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଥିବାର ଜଣାପଡିଛି । ଅଡବା ଥାନା ସୂତ୍ରରୁ ପ୍ରକାଶ ଯେ, ବାଲିଗଣ୍ଡା ଗ୍ରାମାଞ୍ଚଳର ପ୍ରାୟ ୭୨.୨୭୬ ଏକର ଜମିରେ ଚାଷ ହୋଇଥିଲା । ଏଥିରେ ଥିବା ପ୍ରାୟ ୧ଲକ୍ଷ ୪୪ହଜାର ୫୫୨ଗଞ୍ଜେଇ ଗଛକୁ କଟାଯାଇଥିଲା । କଟାଯିବାପରେ ପୋଡି ନଷ୍ଟ କରାଯାଇଛି । ଏଥିରେ ଅଡବା ପୋଲିସ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ବନବିଭାଗ ଦ୍ୱାରା ମିଳିତ ଭାବେ ଯୋଗଦେଇ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଥିଲେ । ଏନେଇ ଅଡବା ଥାନାରେ ୧୪୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ