୭୪ତମ ବନ ମହୋତ୍ସବ ଓ ଚାରା ରୋପଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବନପାଳ ଶରତଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାରୂପେ ଅବସରପ୍ରାପ୍ତ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଅଶୋକ କୁମାର ତ୍ରିପାଠି ଯୋଗ ଦେଇ ଗଛ ଓ ମଣିଷର ଜୀବନ ସମ୍ପର୍କ ଉପରେ ଅଭିଭାଷଣ ପ୍ରଦାନ କରି ବିଭିନ୍ନ ଗଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଶ୍ରୀ ମାହାନ୍ତି ପ୍ରଶ୍ନମଞ୍ଚ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ପୁରସ୍କାର ବିତରଣ କରିବା ସହିତ ବନ ସୁରକ୍ଷା ଉପରେ ବକ୍ତବ୍ୟମାନଙ୍କର ପ୍ରଦାନ କରିଥିଲେ I ବିଦ୍ୟାଳୟ ତରଫରୁ ବନ ମହୋତ୍ସବ ସପ୍ତାହ ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁ୍ଷ୍ଠାନର ଗୁରୁମା ସୁମିତ୍ରା, ମାମାଜିନ୍,ଗୁରୁଜୀ ପ୍ରମୋଦ ଏବଂ ଗଣେଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିବରାମ ଗୁରୁଜୀ ଧନ୍ୟବାଦ ଜ୍ଞାପନ କରିଥିଲେ I ବନ କର୍ମଚାରୀ ମାନେ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ I ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାଶପଲ୍ଲୀ ସ୍ଥିତ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଦାମ ଚରଣ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ୍ କୁମାର ପାତ୍ର,ସହକରୀ ଶିକ୍ଷକ ଅଶୋକ କୁମାର ଗୌଡ଼, ପ୍ରଦୀପ କୁମାର ରାଉତଙ୍କ ସମେତ ପରିଚାଳନା କମିଟିର ସଭ୍ୟ ସଭ୍ୟା ଏବଂ ବାହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ବିଦ୍ୟାଳୟର ପ୍ରଗତି ସଂପର୍କରେ ନିଜ ନିଜର ମତ ରଖିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉପସ୍ଥିତ ଅତିଥିମାନେ ଚାରା ରୋପଣ କରିଥିଲେ Iଶିକ୍ଷକ ଅଶୋକ କୁମାର ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ