୭୫,୦୦୦ କୋଟିର ପାଣ୍ଠି ଦେବ ଗୁଗୁଲ

ନୂଆଦିଲ୍ଲୀ: ୭୫,୦୦୦ କୋଟି ଟଙ୍କାର ପାଣ୍ଠି ଦେବ ଗୁଗୁଲ୍‌। ଏଥିରେ ଭାରତରେ ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରାଯିବ। ଏଥିପାଇଁ ଏବେ ଭାରତ ସରକାରଙ୍କ ସହ ହାତ ମିଳାଇଛି ଗୁଗୁଲ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆର ସ୍ବପ୍ନକୁ ପୂରଣ କରିବା ପାଇଁ ଗୁଗୁଲ ଭାରତକୁ ୭୫,୦୦୦ କୋଟି ଟଙ୍କାର ପାଣ୍ଠି ଦେବ ବୋଲି ଘୋଷଣା କରିଛି । ଏ ନେଇ ଆଜି ଟୁଇଟ କରି ସୂଚନା ଦେଇଛନ୍ତି ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ ଗର୍ବିତ ବୋଲି ଲେଖିବା ସହ ଗୁଗୁଲ ୭୫,୦୦୦ କୋଟି ଟଙ୍କାର ପାଣ୍ଠି ଦେବ ବୋଲି କହିଛନ୍ତି। ସେ କରିଥିବା ଟ୍ବିଟ୍‌ରେ ଲେଖା ଯାଇଛି ଯେ, “ଆଜି #ଗୁଗୁଲ ଫର ଇଣ୍ଡିଆରେ ଆମେ ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବା ପାଇଁ ଏକ ନୂତନ ୭୫,୦୦୦ କୋଟି ଟଙ୍କାର ଡିଜିଟାଇଜେସନ୍ ପାଣ୍ଠି ଘୋଷଣା କରିଛୁ। ଡିଜିଟାଲ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ ଗର୍ବିତ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ