୭୬ତମ ସ୍ୱାଧୀନତା ଦିବସ ପାଳିଲା ସଦର ବିଜେପି

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସମଗ୍ର ଭାରତବର୍ଷ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ଭାବେ ପାଳନ କରୁଛି । ଏହି ଶୁଭ ଅବସରରେ ପଲ୍ଲୀରୁ ଦିଲ୍ଲୀ, କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ଫରଫର୍ ହୋଇ ଉଡୁଛି ତ୍ରିରଙ୍ଗା । ଆଜାଦୀର ଅମୃତ ମହୋତ୍ସବ ଅବସରରେ ଆଜି ସକାଳେ ଜେଲ ରୋଡ ସ୍ଥିତ ସଦର ବିଜେପି କାର୍ଯ୍ୟାଳୟ ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି । ଭାରତ ମାତାକି ଜୟ,ବନ୍ଦେ ମାତରମ ଓ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଧ୍ୱନି ନାରାରେ ଗୁଞ୍ଜରିତ ହୋଇଠିଥିଲା ସଦର କାର୍ଯ୍ୟାଳୟ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ବରିଷ୍ଠ ନେତା ତଥା ସମାଜସେବୀ ଭଗବାନ ଗୁପ୍ତା ପତାକା ଉତ୍ତୋଳନ କରିବା ସହ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତମାତାର ସୁସନ୍ତାନ ମାନେ ବର୍ଷ ବର୍ଷ ଧରି ମାତୃଭୂମି, ସଂସ୍କୃତି ଏବଂ ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ, ଫଳସ୍ୱରୂପ ଆଜି ଭାରତବର୍ଷ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, କୃଷି, କାରିଗରୀ, ଶିଳ୍ପ କ୍ଷେତ୍ର, ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିକାଶର ପ୍ରଗତି ପଥରେ ଆଗେଇ ଚାଲିଛି । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଭିଭାଷଣ ୧୩୦ କୋଟି ଦେଶବାସୀଙ୍କ ପାଇଁ ପ୍ରେରଣାଦାୟୀ ହେବା ସହ ଆତ୍ମନିର୍ଭର ଭାରତ ଅତୁଟ ସଂକଳ୍ପର ପ୍ରତୀକ ଅଟେ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି ନୂଆ ଭାରତ ଗଢିବାର ସଂକଳ୍ପକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ଆହ୍ୱାନ ଦେଇଛନ୍ତି । ସେହିପରି ସନ୍ଧ୍ୟାରେ ସଦର ବିଜେପି ପକ୍ଷରୁ ସହରର ସିନେମା ଛକ ସ୍ଥିତ ଶହୀଦ ପାର୍କ ଠାରେ ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଅମର ଯବାନ ସ୍ମୃତି ଚାରଣ ସଭା ଅୟୋଜନ କରାଯାଇଥିଲା । ଏହି ସଭାରେ ଭୂତପୂର୍ବ ସୈନିକ, ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ମୁଖ୍ୟ ବକ୍ତା ମାନେ ଦେଶ ମାତୃକାର ସେବା ପାଇଁ ନିଜକୁ ଉର୍ତ୍ସଗୀକୃତ କରିଥିବା ବୀର ଯବାନ ଓ ମହାପୁରୁଷଙ୍କ ବଳିଦାନର ଗାଥାକୁ ନିଜ ଅଭିଭାଷଣରେ ରଖିଥିଲେ । ପରେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ସଭାକୁ ଦଳର ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ପରିଚାଳନା କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟସ୍ତରୀୟ ନେତା ଗୌରୀ ରଥ, ଏସିଆ ବଡିବିଲିଡିଂ ଚମ୍ପିୟାନ ତରୁଣ ଚାଟାର୍ଜୀ, କାରଗିଲ ଯୋଦ୍ଧା ବିଶ୍ୱଜିତ ଦାସ, ଶହୀଦ ସହଧର୍ମିଣୀ ସୁମିତ୍ରା ତରେଇ, ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସତୀଶ ବେହେରା ପ୍ରମୁଖ ଅଭିଭାଷଣ ରଖିଥିଲେ । ପରିଶେଷରେ ଭୂତପୂର୍ବ ସୈନିକ ଡମ୍ବରୁଧର ରାଉତ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଗୌରାଙ୍ଗ ଦାସ ଓ ଗଙ୍ଗାଧର ରାଉତ, ମନୋହର ପେରିୱାଲ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ରୋଜାଲିନ ପାଣି ଓ ପ୍ରତିମା ବେହେରା, ସତ୍ୟଜିତ ମିଶ୍ର, ଦୁକୁଲ ଘୋଡେଇ, ବରିଷ୍ଠ ଆଇନଜୀବି ବୈଲୋଚନ ଦାଶ, ବିଜୟ ପାଣିଗ୍ରାହୀ ଓ ଲକ୍ଷ୍ମୀଧର ବେହେରା, ଆଶିଷ ଘୋଷ, ପ୍ରବୀର ଶଙ୍କର ଦାଶ, ବଳରାମ ପାତ୍ର, ବିକାଶ ପାଢୀ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ବିବେକାନନ୍ଦ ରାଉତ, ନାରାୟଣ ଦତ୍ତ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ସୁସ୍ମିତା ସୁକ୍ଳା, ସୁକାନ୍ତି ଦେବ ଗୋସ୍ୱାମୀ, ସୁସ୍ମିତା ପଣ୍ଡା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ଡା, ତରୁଲତା ମହାନ୍ତି, ମାନସ ସାହୁ, ଜୀବନ ପାତ୍ର, ମନ୍ମୟ ଦାସ, ଅରୁପ ଜେନା, ପବନ ସିଂହ, କାର୍ତ୍ତିକ ରାଉତ, ମାୟାଧର ପ୍ରଧାନ, ଚିତ୍ତରଞ୍ଜନ ଦତ୍ତ, ଗଜେନ୍ଦ୍ର ପ୍ରଧାନ, ଜୀବନ ପାଣି, ସଞ୍ଜୀବ ପ୍ରଧାନ, ସେଖ ହଲିମ, ସୁଶାନ୍ତ ବର୍ଦ୍ଧନ, ସଚିନ ପାଞ୍ଜା, ଅତୁଲ ଖଟୁଆ, ସେଖ ମିରାଜ, ଅନିଲ ମହାନ୍ତି, ଶକ୍ତିଶଙ୍କର ପାଣିଗ୍ରାହୀ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ