୭୬ ତମ ସ୍ୱାଧୀନତା ଦିବସ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଓ ୭୬ ତମ ସ୍ୱାଧୀନତା ଦିବସ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅତ୍ୟନ୍ତ ଉଲ୍ଲାସର ସହିତ ପାଳିତ ହୋଇଯାଇଛି l ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମେଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିଲେ l ଜିଲ୍ଲା ସଭାପତି ଜାତୀୟ ପତକା ଉତ୍ତଳୋନ କରିବା ପରେ ସମବେତ ଜାତୀୟ ସଂଗୀତ ଗାନ କରିବା ପରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦେଶରେ ଜୟଗାନ କରିଥିଲେ l ସଭାରେ ବକ୍ତା ଭାବରେ ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଧର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଓ ସେ ସମୟର ଘଟଣାକୁ ସ୍ମରଣ କରିଥିଲେ l ଉଜ୍ଜାପନୀ ବ୍ୟକ୍ତଵରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ଏକ ବର୍ଷ ବ୍ୟାପି ଚାଲିଥିବା ଅମୃତ ମହୋତ୍ସବର ସଫଳତାର ଶ୍ରେୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ l ସେ ଆହୁରି କହିଥିଲେ ଯେ ଆମ ପୂର୍ବପୁରୁଷଙ୍କ ତ୍ୟାଗ ତପସ୍ୟା ବଳିଦାନ ଫଳସ୍ୱରୂପ ଏହି ସ୍ୱାଧୀନତାକୁ ଅଧିକ ରୁଦ୍ଧିମନ୍ତ କରିବା , ଦେଶର ଏକତା, ଅଖଣ୍ଡତା, ପ୍ରଗତି ପାଇ ଆମେ ସମସ୍ତେ ବ୍ରତୀ ହେବା । କାର୍ଯ୍ୟକ୍ରମରେ ମହିଳାମୋର୍ଚା ରାଜ୍ୟ ନେତ୍ରୀ ସୁଷମା ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସମ୍ପାଦକ ସସ୍ମିତା ଚାନ୍ଦ ଓ ପିଙ୍କି ପ୍ରଧାନ, ଆଶିଷ ଘୋଷ, ଜିଲ୍ଲା ଉପ ସଭାପତି କମଲ ଲୋଚନ ଦାସ ଓ କମଳା ବିନ୍ଧାଣୀ, ସତ୍ୟଜିତ ମିଶ୍ର, ସୁବୋଧ ଚନ୍ଦ୍ର ପଣ୍ଡା, ବାବୁଲି ପ୍ରଧାନ ଓ ତ୍ରିରୂବନ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଲୋକଙ୍କୁ ଦଳିୟ କର୍ମୀମାନେ ମିଷ୍ଟାନ୍ନ ବଣ୍ଟନ କରିଥିଲେ।


