୭ ଏପ୍ରିଲ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ରୋଗୀ, ରୋଗ ଏବଂ ରୋଗ ନିବାରଣ

“ଏ ଶରୀର ଏକ ପୃଥିବୀ । ଏହାକୁ ପ୍ରଦୂଷିତ ନକରି ନୀରୋଗ ଏବଂ କାର୍ଯ୍ୟକ୍ଷମରଖିବା ପ୍ରତିଟି ମଣିଷର କର୍ତ୍ତବ୍ୟ । ଅର୍ଥାତ୍ ସମସ୍ତେ ସୁସ୍ଥ, ନିରାମୟ ଏବଂ ଦୀର୍ଘ ଜୀବନ ଯାପନ କରିବାକୁ ଚାହାଁନ୍ତି” । ଏଣୁ ସେହି ଅନୁସାରେ ନିଜକୁ ପ୍ରସ୍ତୁତ ରଖନ୍ତୁ । ଏକଥା ସତ୍ୟ ଯେ ରୋଗ ହେଲେ ଚିକିତ୍ସା କରିବାକୁ ହୁଏ ; ଯନ୍ତ୍ରଣା ଭୋଗିବାକୁ ହୁଏ ;ଖର୍ଚ୍ଚାନ୍ତ ହେବାକୁ ହୁଏ ଅଥଚ ଏମିତି କିଛି ରୋଗ ଅଛି ଯାହା ପାଇଁ ଜୀବନ ସାରା ଔଷଧ ଖାଇବାକୁ ହୁଏ ଅଥବା ରୋଗ କାରଣରୁ ତାର ଶିକାର ହେବାକୁ ହୁଏ ।
ରୋଗୀ ହେବା ଅପେକ୍ଷା ନୀରୋଗ ରହିବା ସମସ୍ତଙ୍କର ଅଭିଳାଷ ;କିନ୍ତୁ ଆମେ ରୋଗ ରେ ପଡ଼ିଥାଉଁ । ରୋଗ ହେଲେ ଏହାର ନିରାକରଣ କରିବା ଯେତିକି କଷ୍ଟସାଧ୍ୟ, ରୋଗକୁ ନିବାରଣ କରିବା ସେତିକି ସହଜ । ଆମେ ଏହାକୁ ନିବାରଣ କହିବା ଏଇଥିପାଇଁ ଯେ କିଛିଟା ସତର୍କତା ଏବଂ ନିୟମିତ ଅଭ୍ୟାସ କଲେ ଅନ୍ତତଃ ରୋଗଠାରୁ ଦୁରେଇ ହେବ ଅଥବା ରୋଗ ଆମଠୁ ଦୁରେଇଯିବ ।
ଉତ୍ତମ ସ୍ୱାସ୍ଥ୍ୟ କହିଲେ ମଣିଷର ନୀରୋଗ ଅବସ୍ଥାକୁ ବୁଝାଏ ଯାହାକି ଜଣଙ୍କର ମାନସିକ, ଶାରୀରିକ ଏବଂ ସାମାଜିକ ଅବସ୍ଥାକୁ ବୁଝାଏ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ସୁସ୍ଥତା, ଆମର ଦୈନନ୍ଦିନ ଖାଦ୍ୟ, କିଛି ଉତ୍ତମ ଅଭ୍ୟାସ ଏବଂ ରୋଗ ସୃଷ୍ଟିକାରୀ ପାରିପାଶ୍ୱିର୍କ ଅବସ୍ଥା ପ୍ରତି ସଚେତନତା ସୃଷ୍ଟି ଉପରେ ନିର୍ଭର କରେ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ପରିବେଶ ମଧ୍ୟ ଦାୟୀ ।
ସଂପ୍ରତି ଆମର ଶିକ୍ଷା ଓ ସଚେତନତା କାରଣରୁ ଆମେ ଦୀର୍ଘ ଜୀବନ ଯାପନ କରିବାକୁ ଆରମ୍ଭ କଲାଣୁ । ସ୍ୱାସ୍ଥ୍ୟ ଜଗତି କରଣ ପ୍ରକିୟାରେ ବର୍ତ୍ତମାନ ବଞ୍ôଚବାର ଦୀର୍ଘତ୍ୱ ହେବାର ବୟସ ପଞ୍ଚସ୍ତରୀ ଟପିଲାଣି ଏବଂ ଭାରତରେ ପୁରୁଷ ଓ ନାରୀମାନଙ୍କୁ ତାର ହାର ଯଥାକ୍ରମେ ୬୭ ବର୍ଷ ୩ ମାସ ୬୯ ବର୍ଷ ୬ ମାସ । ଏହିହାର ୧୯୪୭ ବେଳେ ଥିଲା ହାରାହାରି ୩୨ ବର୍ଷ ,୧୯୬୦ ବେଳକୁ ୪୨ ବର୍ଷ , ୧୯୮୦ ବେଳକୁ ୪୮ ବର୍ଷ ଏବଂ ୨୦୦୦ ବେଳକୁ ୬୨ ବର୍ଷ ଓ କ୍ରମଶଃ ବୃଦ୍ଧି ଘଟି ଏହା ବର୍ତ୍ତମାନ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ହାରାହାରି ୬୭ ବର୍ଷ ରେ ପହଞ୍ôଚଛି । ଏହିପରି ବିଶ୍ୱସ୍ତରରେ ବୃଦ୍ଧି ହାର ଘଟିବାର ଲାଗିଛି ଏବଂ ଶିଶୁ ମୃତ୍ୟୁ ହାର କମି କମି ଚାଲିଛି । ଏହି ସବୁର ମୂଳରେ ଅଛି ଆମର ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ସଚେତନତାର ପ୍ରଭାବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ଜାତି ସଂଘ ତରଫରୁ ବିଶ୍ୱସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ନେଇ ୧୯୫୦ ମସିହା ଠାରୁ ଏପ୍ରିଲ ମାସ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୁପେ ପାଳିତ ଏହାଇ ଆସୁଅଛି । ଏହି ଦିନ ଜାତି ସଂଘର ସଭ୍ୟ ଅନ୍ତର୍ଭୁକ୍ତ ସମସ୍ତ ରାଷ୍ଟ୍ର ଓ ଅନୁଷ୍ଠାନ ସ୍ୱାସ୍ଥ୍ୟ ସଚେତନତା ନେଇ କାର୍ଯ୍ୟକ୍ରମ ମାନ ରଖିଥାନ୍ତି । ପ୍ରତିବର୍ଷ ଏଥିପାଇଁ ଏକ ବିଧିବଦ୍ଧ କାର୍ଯ୍ୟକ୍ରମ ରଖାଯାଇଥାଏ । ଚଳିତ ୨୦୧୪ ପାଇଁ ଏହାର ବିଷୟ ବସ୍ତୁ ହେଉଛି; ରୋଗ ସଚାଂରକାରୀ ବାହକ ଅର୍ଥର୍ାତ୍ ରୋଗର ଜୀବାଣୁ ବହନ କରୁଥିବା କୀଟ,ପତଙ୍ଗମାନକୁ ନିର୍ମୂଳ କରିବା ଅଥବା ତାଙ୍କପ୍ରତି ସାବଧାନ ଓ ସଚେତନ ରହିବା । ଯେମିତି ମେଲେରିଆ ରୋଗର ବାହକ ମାଇଏନ୍ ଫୋଲିସ୍ ମଶା ; ବାତଜ୍ୱରର କ୍ୟୁରେକ୍ସ, ସେହିପରି ଡ଼େଙ୍ଗୁଜ୍ୱର, ପୀତଜ୍ୱର ଇତ୍ୟାଦି କୀଟ ବାହକମାନଙ୍କ ଦ୍ୱାରା ସଂକ୍ରମତି ଅଥବା ରୋଗଠାରୁ ନୀରୋଗ ଦେହକୁ ବାହିତ ହୋଇଥାଏ । ଏହିପରି ଅନେକ ରୋଗ ଗାଈ,ଛେଳି,ମଇଁଷି ଓ ଆମ ଗୃହପାଳିତ ପଶୁପକ୍ଷୀଙ୍କ ଦ୍ୱାରା ସଂକ୍ରମିତ କରିଥାଏ । ଏପ୍ରକାର ସଂକ୍ରମଣକୁ କୁହାଯାଏ ଭେକ୍ଟରବର୍ଣ୍ଣ ଡ଼ିଜିଜେସ୍ ଅର୍ଥାତ ରୋଗ ସଂଚାରକାରୀ ବାହକ ।
ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଘର ଶ୍ଳୋଗାନ୍ ଏବଂ କାଯ୍ୟକ୍ରମ ଥିଲା ; ହେଲେଦି ବ୍ଲଡ଼୍ ପ୍ରେସର ; ସ୍ୱାସ୍ଥ୍ୟ ପ୍ରଦାୟକ ରକ୍ତଚାପ । ଅର୍ଥାତ୍ ରକ୍ତଚାପର କାରଣ ଜାଣି ତାଙ୍କୁ ନିୟନ୍ତ୍ରଣ କରିବା । ଏହିପରି ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୋଟିଏ ଗୋଟିଏ ବିଷୟ ବା ଥିମ୍ ରଖିଛି ଏବଂ ତାରି ଉପରେ କାର୍ଯ୍ୟକ୍ରମ ଏବଂ ସଚେତନତା ସୃଷ୍ଟି କରୁଛି । ଉଦ୍ଦେଶ୍ୟ; ସମସ୍ତେ ସୁସ୍ଥ ରୁହନ୍ତୁ , ସୁଖୀ ରୁହନ୍ତୁ । ଏଥିପାଇଁ ଆସନ୍ତୁ ରୋଗକୁ ନିବାରଣ କରିବା । ରୋଗଠୁ ଦୂରେଇବା ଅଥବା ଆମଠୁ ରୋଗକୁ ଦୂରେଇ ଦେବା । ତାହେଲେ ଯାଇ ସୁସ୍ଥ ଦୀର୍ଘଜୀବନର ସ୍ୱପ୍ନ ସାର୍ଥକ ହେବ ।

 

ବିପିନ ବିହାରୀ ମହାନ୍ତି

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ;
ବିପିନ ବିହାରି ପାଠାଗାର, ଜଟଣୀ
ଶୂନ୍ୟ ଭାଷା: ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ