୭ କାର ପୋଡିଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)   :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି | ସ୍ଥାନୀୟ ଟାଉନ ହଲ ପରିସରରେ ଥିବା ଏକ ପାର୍କିଂ ସେଡ୍ ରେ ଥିବା ୭ଗୋଟି ଗାଡିକୁ ଦୁର୍ବୃତ୍ତମାନେ ପୋଡି ଦେଥିବାର ଦେଖିବାକୁମିଳିଛି | ଗତକାଲି ବିଳମ୍ବିତ ରାତ୍ର ସମୟରେ ଏପରି ଘଟଣା ଘଟିଥିବା ବେଳେ ଦୁର୍ବୃତ୍ତଙ୍କୁ ଠାବ କରିପାରିନାହିଁ ପାରଳା ପୋଲିସ | ଶାନ୍ତି ଶୃଙ୍ଖଳାରସହର ଭାବରେ ପରିଚିତ ପାରଳା ସହର ଆଜି ଅଶାନ୍ତିର ବାତବରଣ ଆଲୋଚନା ହୋଇଛି | ଗୋଟିଏ ଥରରେ ୭ଗୋଟି ଗାଡି ପୋଡିବା ଘଟଣା ସମଗ୍ର ଜିଲ୍ଲାରେ ପ୍ରଥମ ଥର ବୋଲି ଜଣାପଡିଛି | ଜିଲ୍ଲା ସଦର ମହକୁମା ହୋଇଥିବାରୁ ପୋଲିସର କଡା ପହରା ଦେଉଥିବା ପୋଲିସର କଥା ଏଠାରେ ମିଛ ପାଲଟିଅଛି | ସେହିପରି ମଧ୍ୟରାତ୍ରରେ ପୋଲିସ ପେଟ୍ରୋଲିଂ କଥା ମଧ୍ୟ ଭୂଲ ପ୍ରମାଣିତ କରୁଛି | ଗତକାଲି ରାତ୍ରରେ କୌଣସି ଦୁର୍ବୃତ୍ତ କଣ ଏମିତି ଘଟାଇଲା ଯେ ସମସ୍ତ ବ୍ୟବସ୍ଥାକୁ ପଦାରେ ପକାଇଦେଇଛି | ୭ ଗୋଟି କାର କୁ ନିଆଁ ଲଗାଇବାବେଳେ ଦୁର୍ବୃତ୍ତ ମାନେ ଆଇନ କାନୁନକୁ ଭୁଲିଯାଇ ଏପରିକାଣ୍ଡ ଭିଆଇଥିଲେ | ପାର୍କିଂରେ ରଖାଯାଇଥିବା ୬ଗୋଟି କାର ମଧ୍ୟରୁ ୫ଗୋଟିକୁନିଆଁ ଲଗାଇ ଦେଇଥିବା ବେଳେଅନ୍ୟ ୨ଟି କାରକୁ ଭଙ୍ଗା ଯାଇଛି | ଏଭଳି ଭାବେ ମୋଟ ୭ଗୋଟି କାରକୁ ନଷ୍ଟକରିଛି ଦୁର୍ବୃତ୍ତ | ୭ କାର ମଧ୍ୟରୁ ପାର୍କିଂ ସ୍ଥଳରୁ ଗୋଟିଏ କାର ବାହାରେ ରହିଥିଲା | ଏହାକୁ ଦୁର୍ବୃତ୍ତ ଜାଳି ଦେଇ ଚମ୍ପଟ ମାରିଥିବାର ଅନୁମାନ କରାଯାଉଛି | କଡା ପହରା କଥା କହୁଥିବା ପୋଲିସ ଘଟଣାସ୍ଥଳରୁ ୧୦୦ ମିଟରରେ ଉପସ୍ଥିତଥିବାର କୁହାଯାଉଛି | ଘଟଣାସ୍ଥଳ ଠାରୁ ୧୦୦ ମିଟର ଯଥା ୨୦୦ ଓ୩୦୦ ମିଟର ଦୂରରେ ପୋଲିସ ଉପସ୍ଥିତ ରହୁଥିବାର ଦେଖିବାକୁମିଳୁଛି | ୩ପଟରେ ଥିବା ପୋଲିସ ଏହି ଘଟଣାକୁ ଜାଣିପାରିଲା ନାହିଁ କିପରିବୋଲି ଆଜି ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଅଛି | ତେବେ ବିଳମ୍ବିତ ରାତ୍ରରେସ୍ଥାନୀୟ ଲୋକଙ୍କ ଠାରୁଖବର ପାଇ ଅଗ୍ନିଶମବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବାର ଜଣାପଡିଛି | ଏନେଇ ପୌରପରିଷଦ ମୁଁହ ଖୋଲୁ ନଥିବା ବେଳେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭକରିଥିବାର ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ