୭ କୋଟି ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ପୋଲିସ କୁ ମିଳିଛି ବଡ ସଫଳତା । ଦୁଇଟି ସ୍ଥାନରେ ଦୁଇ ଥାନା ପକ୍ଷରୁ ଚଢ଼ାଉ କରି ପ୍ରାୟ ୭ କୋଟି ଟଙ୍କାର ୫୫ କୁଇଣ୍ଟlଲ ଗଞ୍ଜେଇ ଜବତ ସହ ଦୁଇ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ମହାରାଷ୍ଟ୍ର ସାଲପୁର ଅଞ୍ଚଳର ଶୁଭମ ସଞ୍ଜୟ ସମ୍ବlଲେ (୨୭) ଓ ଗୁଞ୍ଜନ ମହାଦେବ ଅଦୁସଲ (୨୭) l ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରହିବାର ସକାଳେ ମୋହନା ଥାନା ପୋଲିସ ପକ୍ଷରୁ କମଳାପୁର ଛକରେ ଯାନବାହାନ ଯାଞ୍ଚ କରାଯାଉଥିଲା l ଏହି ସମୟରେ ଏକ ଟ୍ରକ କୁ ଯାଞ୍ଚ ବେଳେ ଏକ ସଂଘାତିକ ତଥ୍ଯ ସାମ୍ନାକୁ ଆସିଥିଲା l ଟ୍ରକର ଦାଲା ଭିତର ଅଗପଟେ ମାଛ ଦାନା ଓ ପଛପଟେ କୁକୁଡ଼ା ଦାନା ରଖି ମଝିରେ ବିପୁଳ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା l ଯାଞ୍ଚ ପରେ ଏଥିରେ ୧୮ କୁଇଣ୍ଟlଲ ଗଞ୍ଜେଇ ଅଡବା ଅଞ୍ଚଳରୁ ପୁନେ ଚାଲାଣ ହେଉଥିବା ଜଣାପଡିଥିଲା l ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ l ଏହି ଚୋରା ଚାଲାଣ ରେ ଦୁଇ ଜଣ ଅନ୍ତ ରାଜ୍ୟ ମାଫିଆ କୁ ଗିରଫ କରାଯାଇଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି l ସେହିପରି ଅଡବା ଥାନା ବାଚିପଙ୍କl ନିକଟସ୍ଥ ଏକ କାଜୁ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖାଯାଇଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ପୋଲିସ୍ l ରବିବାର ସକାଳେ ଅତର୍କିତ ଚଢ଼ାଉ କରିଥିଲା ପୋଲିସ୍ l ଯାଞ୍ଚ ପରେ ୩୭ କୁଇଣ୍ଟlଲ ଗଞ୍ଜେଇ ଜବତ କରାଯାଇଛି l ଯାହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି l