୭ ଲକ୍ଷ ଯାତ୍ରୀଙ୍କ ଟିକେଟ୍ ବାତିଲ

ଭୁବନେଶ୍ୱର: କରୋନା ସଂକ୍ରମଣ ବ୍ୟାପୁଥିବାରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ନିୟମିତ ଟ୍ରେନ ସେବାକୁ ବାତିଲ କରିଦିଆଯାଇଛି । ସ୍ୱତନ୍ତ୍ର ଟ୍ରେନକୁ ଛାଡ଼ି ଦେଲେ କୌଣସି ନିୟମିତ ଟ୍ରେନ, ମେଲ ଟ୍ରେନ ଚଳାଚଳ କରିବ ନାହିଁ । ଯେଉଁଥିପାଇଁ ପୂର୍ବତଟ ରେଳପଥକୁ ପାଖାପାଖି ୩୫ କୋଟି ର ରାଜସ୍ୱ ହରାଇବାକୁ ପଡ଼ିବ । ମାର୍ଚ୍ଚ ୨୨ ରୁ ଅଗଷ୍ଟ ୧୨ ମଧ୍ୟରେ ପୂର୍ବତଟ ରେଳପଥରେ ୨.୩୬ ଲକ୍ଷ ଟିକେଟ ବାତିଲ ହୋଇଛି । ଏହି ସମୟରେ ୬.୮୨ ଲକ୍ଷ ଯାତ୍ରୀ ଟ୍ରେନରେ ଯିବା ପାଇଁ ଥିଲା । ଟିକେଟ ବାତିଲ ବାବଦରେ ଯାତ୍ରୀଙ୍କୁ ୩୪.୬ କୋଟି ଟଙ୍କା ଫେରସ୍ତ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଖୋର୍ଦ୍ଧାରୋଡ ଡିଭିଜନରେ ୯୫ ହଜାର ୬୨୯ ଟିକେଟ ବାତିଲ ହୋଇଥିଲା । ଏ ବାବଦରେ ରେଳପଥ ପକ୍ଷରୁ ୨.୫୯ ଲକ୍ଷ ଯାତ୍ରୀଙ୍କୁ ୧୫.୩୧ କୋଟି ଟଙ୍କା ଫେରସ୍ତ ଦିଆଯିବ । ସେହିପରି ସମ୍ବଲପୁର ରେଲୱେ ଡିଭିଜନରେ ୨୮ ହଜାର ୨୧୬ ଟିକେଟ ବାତିଲ ହୋଇଥିବା ବେଳେ ଏହା ବାବଦରେ ୪.୫୬ କୋଟି ଟଙ୍କା ଫେରସ୍ତ କରାଯିବ । ୱାଲଟିଅର ଡିଭିଜନର ୧ ଲକ୍ଷ ୧୨୩ ହଜାର ୩୯୨ ଟିକେଟ ବାତିଲ ହୋଇଥିବା ବେଳେ ୧୪ କୋଟି ୭୮ ଲକ୍ଷ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ ଦିଆଯିବ । ଗାଇଡଲାଇନ ଅନୁଯାୟୀ ଯାତ୍ରୀଙ୍କଚ ଟିକେଟ ବାତିଲ ସମସ୍ତ ଟଙ୍କର ଫେରସ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ