୭.୧% ରହିବ ଭାରତର ଆର୍ଥିକ ଅଭିବୃଦ୍ଧି!
ନ୍ୟୁୟର୍କ, (ଏଜେନ୍ସି): ଭାରତରେ ସୁଦୃଢ଼ ଘରୋଇ ବ୍ୟବହାର ଓ ନିବେଶ ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହାର ୨୦୧୯-୨୦ରେ ୭.୧% ରହିବାର ସମ୍ଭାବନା ଦର୍ଶାଯାଇଛି । ଏହି ତଥ୍ୟ ଜାନୁଆରୀରେ ଦର୍ଶାଯାଇଥିବା ୭.୪%ର ସମ୍ଭାବନା ଠାରୁ କମ । ଏହି ତଥ୍ୟ ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟରେ ଦର୍ଶାଯାଇଛି । ସଂଯୁକ୍ତ ରାଷ୍ଟ୍ର ୨୦୧୯ ମଧ୍ୟକାଳ ପାଇଁ ବିଶ୍ୱ ଆର୍ଥିକ ସ୍ଥିତି ତଥା ସମ୍ଭାବନା (ଡବ୍ଲ୍ୟୁଇଏସ୍ପି) ରିପୋର୍ଟରେ ଦକ୍ଷିଣ ଏସିଆରେ କ୍ଷେତ୍ରୀୟ ଉତ୍ପାଦନରେ ଦୁଇ ତୃତୀୟାଂଶ ଅଂଶ ରଖିଥିବା ଭାରତର ଆର୍ଥିକ ଅଭିବୃଦ୍ଧି ହାର ୨୦୧୮ରେ ୭.୨% ଥିଲା । ରିପୋର୍ଟରେ କୁହାଯାଇଛି ଯେ ସୁଦୃଢ଼ ଘରୋଇ ବ୍ୟବହାର ଓ ନିବେଶ ବୃଦ୍ଧିକୁ ସମର୍ଥନ ଦିଆଯିବା ଜାରି ରହିବ, ଯାହାକି ୨୦୧୯ରେ ୭.୦% ତଥା ୨୦୨୦ରେ ୭.୧% ରହିବାର ଅନୁମାନ ଦର୍ଶଯାଇଛି । ତେବେ ରିପୋର୍ଟରେ ଦର୍ଶାଯାଇଥିବା ସମ୍ଭାବନା ଚଳିତ ବର୍ଷ ଜାନୁଆରୀରେ ଜାରି ଅନୁମାନ ଠାରୁ କମ ରହିଛି । ସେହି ସମୟରେ ୨୦୧୯ ଓ ୨୦୨୦ରେ ଆର୍ଥିକ ବୃଦ୍ଧି ହାର କ୍ରମଶଃ ୭.୬ ତଥା ୭.୪% ରହିବାର ସମ୍ଭାବନା ର୍ଶଯାଇଥିଲା । ଏହାପରେ ମଧ୍ୟ ଭାରତ ଆର୍ଥିକ ଅଭିବୃଦ୍ଧି ମାମଲାରେ ଚୀନ୍ ଠାରୁ ଆଗରେ ବିଶ୍ୱର ପ୍ରମୁଖ ଦେଶରେ ପରିଣତ ହୋଇଛି । ଡବ୍ଲ୍ୟୁଇଏସ୍ପି ଅନୁସାରେ ସମସ୍ତ ପ୍ରମୁଖ ବିକସିତ ଅର୍ଥବ୍ୟବସ୍ଥା ପାଇଁ ଆର୍ଥିକ ଅଭିବୃଦ୍ଧି ହାରର ଅନୁମାନକୁ ହ୍ରାସ୍ କରାଯାଇଛି । ଏଥିସହିତ କେତେକ ବିକାସଶୀଳ ଅର୍ଥବ୍ୟବସ୍ଥାର ବୃଦ୍ଧି ପରିଦୃଶ୍ୟ ମଧ୍ୟ ଦୁର୍ବଳ ହୋଇଛି । ଅବିବୃଦ୍ଧି ହାର ହ୍ରାସ୍ କରାଯିବା ପରେ ମଧ୍ୟ ଭାରତ ସୁଦୃଢ଼ ଘରୋଇ ଚାହିଦା ମଧ୍ୟରେ ଉନ୍ନତ ସ୍ଥିତିରେ ରହିଛି । ରିପୋର୍ଟରେ ଭାରତ ସମେତ ଦକ୍ଷିଣ ଏସିଆର ଆର୍ଥିକ ଅଭିବୃଦ୍ଧିରେ ଭିତ୍ତି ସଂରଚନା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ୍ ବୋଲି ଦର୍ଶଯାଇଛି । ଅନ୍ୟପକ୍ଷରେ ଚୀନ୍ର ଆର୍ଥିକ ଅଭିବୃଦ୍ଧି ହାର ୨୦୧୮ ତୁଳନାତ୍ମକ ହେବ ବୋଲି ସମ୍ଭାବନା ଦର୍ଶାଯାଇଛି । ୨୦୧୮ରେ ଏହା ୬.୬% ଥିବାବେଳେ ୨୦୧୯ରେ ୬.୩% ଓ ୨୦୨୦ରେ ୬.୨% ରହିବାର ସମ୍ଭାବନା ପ୍ରକାଶ କରାଯାଇଛି । ବିଶ୍ୱସ୍ତରୀୟ ଆର୍ଥିକ ଅଭିବୃଦ୍ଧି ହାର ସମ୍ବନ୍ଧରେ ଏଥିରେ କୁହାଯାଇଛି ଯେ ଆମେରିକା ଓ ଚୀନ୍ ମଧ୍ୟରେ ବ୍ୟବସାୟିକ ବିବାଦ, ଅନ୍ତରାଷ୍ଟ୍ରୀୟ ସ୍ତରରେ ନୀତିଗତ ଅନିଶ୍ଚିତତା ତଥା କମ୍ପାନୀଗୁଡ଼ିକର ଦୁର୍ବଳ ଆତ୍ମବିଶ୍ୱାସ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ୍ୟ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରୀୟ ଆର୍ଥିକ ବୃଦ୍ଧିର ସମ୍ଭାବନାକୁ ଜାନୁଆରୀ ତୁଳନାରେ ହ୍ରାସ୍ କରାଯାଇଛି ।
ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୧୯ରେ ବିଶ୍ୱସ୍ତରୀୟ ସକଳ ଉତ୍ପାଦ ବୃଦ୍ଧି ହାର ୨୦୧୮ର ୩.୦% ତୁଳନାରେ କମ୍ ରହିବାର ସମ୍ଭାବନା ଦର୍ଶାଯାଇଛି । ଆର୍ଥିକ ବର୍ଷ ୨୦୧୯ରେ ଏହାର ୨.୭% ଓ ୨୦୨୦ରେ ୨.୯% ରହିବାର ସମ୍ଭାବନା ରହିଛି । ଏହା ଚଳିତ ବର୍ଷର ଜାନୁଆରୀ ରିପୋର୍ଟରେ ଦର୍ଶଯାଇଥିବା ସମ୍ଭାବନା ତୁଳନାରେ କମ୍ । ଜାନୁଆରୀ ରିପୋର୍ଟରେ ଏହାର ୨୦୧୯ ଓ ୨୦୨୦ରେ ୩.୦-୩.୦% ରହିବାର ଅନୁମାନ ଦର୍ଶଯାଇଥିଲା । ଏଥିରେ କୁହାଯାଇଥିଲା ଯେ ଘରୋଇ ତଥା ବିଶ୍ୱସ୍ତରୀୟ କାରକ ସହିତ ସମସ୍ତ ବଡ଼ ବିକସିତ ଅର୍ଥବ୍ୟବସ୍ଥା ତଥା ବିକାସଶୀଳ କ୍ଷେତ୍ରରେ ବୃଦ୍ଧି ପରିଦୃଶ୍ୟ ଦୁର୍ବଳ ହୋଇଛି ।