୮ମ ପୁନର୍ବାସ ସମର୍ଥ ସମ୍ମାନ ପ୍ରଦାନ ଉତ୍ସବ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ‘ପୁନର୍ବାସ’ ଅନୁଷ୍ଠାନ ପକ୍ଷରୁ ଅଷ୍ଟମ “ପୁନର୍ବାସ ସମର୍ଥ ସମ୍ମାନ” ପ୍ରଦାନ ଉତ୍ସବ ସ୍ଥାନୀୟ ମାଧପୁର ସ୍ଥିତ ଅମର ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମମାନେ ପ୍ରତିଭା ପ୍ରଦର୍ଶନ କ୍ଷେତ୍ରରେ ଅନ୍ୟ ସାଧାରଣ ମଣିଷଙ୍କ ଠାରୁ ଢେର ଆଗରେ ବୋଲି ପ୍ରମାଣିତ କରୁଥିବା ସଫଳ ବ୍ୟକ୍ତିବିଶେଷମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଅନୁଷ୍ଠାନର ଉପଦେଷ୍ଟା ଡଃ.ବିରଜା ପ୍ରସାଦ ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାର ଭିନ୍ନକ୍ଷମମାନଙ୍କ ସଶକ୍ତି କରଣ ନିମନ୍ତେ ତତ୍ପର ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ଭିନ୍ନକ୍ଷମ ମାନେ ପ୍ରତିଭା ପଦର୍ଶନ କ୍ଷତ୍ରରେ ସାଧାରଣ ମଣିଷଠାରୁ ବହୁ ଆଗରେ ବୋଲି ସେ ପ୍ରକାଶ କରିଥିଲେ । ବିଶିଷ୍ଠ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଦୃଷ୍ଟି ଶକ୍ତି ବାଧିତ ପ୍ରଶାଶନିକ ଅଧିକାରୀ ସନ୍ୟାସି କୁମାର ବେହେରା, ପୂର୍ବତଟ ରେଲବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ଚଳତଶକ୍ତି ବାଧିତ ସାମାଜିକ କର୍ମି ରବିନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଶଶକ୍ତିକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଦୃଷ୍ଟି ଶକ୍ତି ବାଧିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲାରେ ଜନ୍ମିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସୀତାର ଅଧ୍ୟାପକ ଭୀମସେନ ମହାରଣା, ଚଳତ ଶକ୍ତି ବାଧିତ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପାରା କ୍ରୀଡାବିତ୍ ପ୍ରଫୁଲ୍ଲ କୁମାର ଖଣ୍ଡାୟରାୟ ଓ ବାକଶ୍ରବଣ ବାଧିତ କ୍ଷେତ୍ରରେ କଟକର ସୁନାମଧନ୍ୟ ଚିତ୍ରଶୀଳ୍ପି ଶ୍ରୀହର୍ଷ ଶୁକ୍ଳାଙ୍କୁ ୨୦୧୯ ନିମନ୍ତେ “ପୁନର୍ବାସ ସମର୍ଥ ସମ୍ମାନ”ରେ ସମ୍ମାନୀତ କରାଯାଥିଲା । ସୁନନ୍ଦା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ବନସ୍ମୀତା ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ଅକ୍ଷୟ କୁମାର ପାଣି ସମ୍ବର୍ଦ୍ଧନା ପାଠ କରିଥିଲେ । । ଉପସଭାପତି ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବିତ ଶ୍ରୀଚନ୍ଦନ, ଜ୍ୟୋତି ରଞ୍ଜନ ନାୟକ, ଜାହିଦ୍ ଖାନ, ସ୍ୱାଗତିକା ପ୍ରଧାନ, ମନୋଜ ରାଉତ, ରଞ୍ଜନ କୁମାର ସ୍ୱାଇଁ ଓ ମୀହିର ରଞ୍ଜନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।