ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ – ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ରବିବାର ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆମେରିକାସ୍ଥିତ ଆଲାଷ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟକ ଭାବେ ଯୋଗଦେଇ ପ୍ର୍‌ଦୀପ ପ୍ରଜ୍ଜ୍‌ଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ବର୍ଣ୍ଣପୁର ଇସ୍ପାତ କମ୍ପାନୀର ପ୍ରାକ୍ତନ ସି.ଇ.ଓ. ଇଂ ଶିବ ପ୍ରସାଦ ରାଓ, ଇଂ ହରିଅର୍ଜ୍ଜୁନ ପାତ୍ର, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ.ଲକ୍ଷ୍ମୀନାରାୟଣ ଭୂୟାଁ, ଭବନ ଇନଷ୍ଟିଟ୍ୟୁଟର ନିର୍ଦେଶକ ରଘୁନାଥ ପଟ୍ଟନାୟକ, ଡା.ବିଧୁଭୂଷଣ ଦାସ, ପୁରୀ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୈାନ୍ଧର୍ଯ୍ୟ ମଞ୍ଜରୀ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ବର୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ ଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ତଥା ସମାଜସେବୀ ପ୍ରଦିପ କୁମାର ଦାସ ସବାର ସଂଯୋଜନା କରିବା ସହିତ ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ବର୍ଷ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ଏହି ଅବସରରେ ଜିଲ୍ଲାର ୫୭ଟି କଲେଜ ଓ ୭ଟି ସ୍କୁଲର ର ୩୮୭ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଗାୟିକା ସାଗରିକା ପଟ୍ଟନାୟକ, ଅଧ୍ୟାପକ ଅଜୟ କୁମାର ରାଉତ,ଇଂ ହରି ଅର୍ଜ୍ଜୁନ ପାତ୍ର, ସତ୍ୟ ପ୍ରକାଶ ପଟ୍ଟନାୟକ,ଡଃ.ଲକ୍ଷ୍ମୀନାରାୟଣ ଭୂୟାଁ,ଉତ୍କଳରଞ୍ଜନ ଦାସ ଓ ସାମ୍ବାଦିକ ସଚ୍ଚିକାନ୍ତ ନାଥ ପ୍ରମୁଖଙ୍କୁ ତୁଳସୀକ୍ଷେତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶାରଦାକାନ୍ତ ଦାସ ଅତିଥି ପରିଚୟ , ଧିରେନ୍ଦ୍ର କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ ଓ ଭୂବନମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମରେନ୍ଦ୍ର ପ୍ରତାପ ଦାସ, ଗୋଲଖ ପଢିହାରୀ, ଅଶୋକ କୁମାର ସାହୁ, ପ୍ରଭାତୀ ଧଳ, ଆଲୋକ ପଟ୍ଟନାୟକ, ରଣଧୀର କୁମାର, ଶୁଭେନ୍ଦୁ ମହାନ୍ତି, ଅଜିତ କୁମାର ସାମଲ, ପ୍ରମୋଦ ମହାପାତ୍ର, ନାରାୟଣ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ