୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ଭଦ୍ରକ: ଭଦ୍ରକ ଜ଼ିଲ୍ଲାରେ ବ୍ୟାପକ ମାତ୍ରାରେ ଧଳା ଜହର କାରବାର ଚାଲିଛି । ଏହାକୁ ନଜରରେ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ ସମ୍ପୂର୍ଣ୍ଣ ଚରମ୍ପା ଓଭରବ୍ରିଜ ନିକଟରୁ ୮୧ଗ୍ରାମ ବ୍ରାଉନସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ । ଦୁଇ ଜଣ ଏକ ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଧରିଥିଲେ । ପରେ ଖୋଳତାଡ଼ କରିବା ପରେ ସେମାନଙ୍କ ନିକଟରୁ ୮୧ ଗ୍ରାମ ବ୍ରାଉନ ସୁଗାର ସହ ବାଇକକୁ ଜବତ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଜଣ ଦୋଳସାହି ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଦୁଇଜଣ ଜଳେଶ୍ଵରରୁ ବ୍ରାଉନସୁଗାର ଆଣି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବ୍ୟବସାୟ କରୁଥିଲେ ।