୮୦ଟି ନୂଆ ଟ୍ରେନ ଚାଲିବ

ନୂଆ ଦିଲ୍ଲୀ:ସେପ୍ଟେମ୍ବରରୁ ଦେଶରେ ୮୦ ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ଏବଂ ଏହି ଟ୍ରେନରେ ଯାତ୍ରା ପାଇଁ ରିଜର୍ଭେସନ ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ। ରେଳ ବୋର୍ଡର ଅଧ୍ୟକ୍ଷ  ଏହା କହିଛନ୍ତି। ଖୁବ ଶୀଘ୍ର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇବ, ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବର୍ତ୍ତମାନ ଚାଲୁଥିବା ୨୩୦ ଟ୍ରେନ୍ ସହିତ ରହିବ। ଯେଉଁଠାରେ ଯାତ୍ରୀଙ୍କର ଲମ୍ବା ଓ୍ୱେଟିଂ ଲିଷ୍ଟ ବା ତାଲିକା ଥିବ ସେହି ସ୍ଥାନରେ ଚାହିଦା କ୍ଲୋନ୍ ଟ୍ରେନ୍ ଚଲାଯିବ।ରେଳ ବୋର୍ଡର ଅଧ୍ୟକ୍ଷ ଭି.କେ ଯାଦବ କହିଛନ୍ତି ଯେ ପରୀକ୍ଷା ପାଇଁ କିମ୍ବା ଏପରି କୌଣସି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ଟ୍ରେନ୍ ଚଳାଚଳ କରିବ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କରୋନା ସଙ୍କଟ ଯୋଗୁଁ କିଛି ଟେଣ୍ଡର ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଇପାରେ। ହେଲେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ଭଲ ଅଗ୍ରଗତି ହୋଇଛି  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀ ସରକାର ଏବଂ ରେଳ ବିଭାଗ ମିଳିତ ଭାବେ ଟ୍ରାକରେ ସଂଗୃହିତ ଅଳିଆ ଆବର୍ଜନା ହଟାଇବା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ରେଳ ବୋର୍ଡ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ