୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା । ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ ସ୍ଥାନ ଅଛି, ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ୩୦ କିମ୍ବା ୪୦ ବର୍ଷ ବୟସର ଲାଗିଥା’ନ୍ତି । ପାକିସ୍ତାନର ଏହି ମହିଳାମାନଙ୍କୁ ଦୁନିଆର ସବୁଠୁ ସୁନ୍ଦରୀ ବୋଲି କୁହାଯାଇଥାଏ । ଯେଉଁଠି ବୃଦ୍ଧା ତରୁଣୀ ଦେଖାଯା’ନ୍ତି ଏବଂ ପୁରୁଷମାନେ ୯୦ ବର୍ଷରେ ମଧ୍ୟ ବାପା ହୋଇଥାଆନ୍ତି । ଏହି ଘଟଣା ହେଉଛି ଉତ୍ତର ପାକିସ୍ତାନର ହୁଞ୍ଜା ସମୁଦାୟର । କାରାକୋରମ୍ ପର୍ବତରେ ରହୁଥିବା ହୁଞ୍ଜା ଘାଟି ଲୋକ ୧୨୦ ବର୍ଷ ବଞ୍ôଚଥା’ନ୍ତି । ସେମାନଙ୍କୁ ବୃଷୋ ବୋଲି କୁହାଯାଏ । କାରଣ ସେମାନେ ବୃଷକି ଭାଷାରେ କଥା ହୋଇଥାନ୍ତି । କୁହାଯାଏ, ସେମାନେ ଆଲେକ୍ଜାଣ୍ଡାରଙ୍କ ବଂଶଜ । ଏମାନେ ପାକିସ୍ତାନର ଅନ୍ୟ ସମୁଦାୟଗୁଡ଼ିକଠାରୁ ଅଧିକ ଶିକ୍ଷିତ ହୋଇଥା’ନ୍ତି । ହୁଞ୍ଜା ଘାଟିରେ ୪୫ ହଜାରରୁ ଊଦ୍ଧ୍ୱର୍ ସଂଖ୍ୟାରେ ଏମାନେ ବାସ କରୁଥିବାବେଳେ ମୁସଲମାନ ଧର୍ମାବଲମ୍ବୀ ହୋଇଥା’ନ୍ତି । ଏହି ସମୁଦାୟ ଉପରେ ଅନେକ ବହି ଲେଖାଯାଇଥିବାବେଳେ ଏହି ସ୍ଥାନ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍ ପରିଚିତ । ଏମାନେ ଶାରୀରିକ, ମାନସିକସ୍ତରରେ ମଧ୍ୟ ମଜଭୁତ ହୋଇଥା’ନ୍ତି । କୁହାଯାଏ, ଏହି ଲୋକଙ୍କ ଜୀବନଶୈଳୀ ସେମାନଙ୍କ ଲମ୍ବା ବୟସର ରାଜ୍ ହୋଇଥାଏ । ଏମାନେ ସବୁଦିନ ସକାଳ ୫ଟାରେ ଉଠିଥା’ନ୍ତି । ପୁଣି ଅଧିକ ଚାଲିବା ସହ ଗାଡି, ସାଇକେଲର ବ୍ୟବହାର ବହୁତ କମ୍ କରିଥା’ନ୍ତି । ଉକ୍ତ ସମୁଦାୟର ଲୋକେ ଦିନକୁ ଦୁଇ ଥର ଖାଇଥା’ନ୍ତି । ଖରାବେଳେ ଓ ରାତିରେ । ସେମାନଙ୍କ ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟକର ହୋଇଥାଏ । ଏମାନେ କ୍ୱଚିତ୍ ପର୍ବପର୍ବାଣିରେ ମାଂସ ଖାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ