୮୩ ବର୍ଷ ବୟସରେ ସ୍ନାତକୋତ୍ତର ଡିଗ୍ରି ହାସଲ

ହୋସିଆରପୁର: ୮୩ ବର୍ଷ ବୟସରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ସୋହନ ଗିଲ୍ ପ୍ରମାଣ କରି ଦେଇଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ବିଳମ୍ବ ବୋଲି କିଛି ନାହିଁ । ବୁଧବାର ଦିନ ଜଳନ୍ଧର ଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡିଗ୍ରି ପ୍ରଦାନ କରାଯିବା ବେଳେ ତାଙ୍କୁ ଢେର୍ ପ୍ରଶଂସା ମିଳିଥିଲା ।
ହୋସିଆପୁର ଅଞ୍ଚଳର ଦାତା ଗ୍ରାମର ବାସିନ୍ଦା ଗିଲ୍ ୧୯୫୭ ମସିହାରେ ମହିଲପୁରର ଖାଲସା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିବା ପରବର୍ଷ ସେଠାରୁ ଅଧ୍ୟାପନା କୋର୍ସ ନେଇ ପଢ଼ା ଛାଡ଼ି ଦେଇଥିଲେ । ସେ କହନ୍ତି: ମୋ କଲେଜ ପ୍ରିନ୍ସିପାଲ୍ ୱାରୟାମ୍ ସିଂହ ପ୍ରସ୍ତାବ ଦେଲେ କି ମୁଁ ସ୍ନାତକୋତ୍ତର ଡିଗ୍ରି ହାସଲ କରି ଅଧ୍ୟାପକ ହୁଏ । ମୋର ବି ସେଇ ଇଚ୍ଛା ଥିଲା, କିନ୍ତୁ ଭାଗ୍ୟକୁ ମୁଁ କେନିଆ ଚାଲିଯାଇ ସେଠାରେ ଶିକ୍ଷକ ଚାକିରି ପାଇଗଲି । ୧୯୯୧ ମୁଁ ଭାରତକୁ ଫେରିଲି ଏବଂ ୨୦୧୭ ଯାଏଁ କେତେଗୁଡ଼ିଏ ସ୍କୁଲରେ ପଢ଼ାଇଲି, କିନ୍ତୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ଇଚ୍ଛା ସବୁବେଳେ ମନରେ ଥାଏ । ଦୁଇ ବର୍ଷ ତଳେ ସେ ଇଂରାଜିରେ ସ୍ନାତକୋତ୍ତର ପଢ଼ିବା ପାଇଁ ଫର୍ମ ପୂରଣ କରି ଡିଷ୍ଟାନ୍ସ ଏଡୁକେସନ୍ କେନ୍ଦ୍ରରେ ଯୋଗ ଦେଲେ ।
ସେ ପୁଣି କହନ୍ତି: ମୋର ଇଚ୍ଛା ଶକ୍ତି ଏବଂ ଈଶ୍ୱରଙ୍କ ଆଶୀର୍ବାଦ ଯୋଗୁଁ ମତେ ଇପସିିତ ପ୍ରାପ୍ତି ହେଲା । ପିଲାଟି କାଳରୁ ଇଂରାଜୀ ଥିଲା ମୋର ପ୍ରିୟ ବିଷୟ । କେନିୟାରେ ରହଣି ସମୟରେ ଏହା ଉପରେ ମାଷ୍ଟରି କରିବାର ସୁଯୋଗ ପାଇଥିଲି । ମୁଁ ଡିଗ୍ରି ହାସଲ କରିବି ବୋଲି ଜାଣିଥିଲି, ତେଣୁ ଏଥିରେ ସନ୍ଦେହ ନ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ