୮୯ ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ସ୍ଥିତ ସ୍ବୟଂଶାସିତ ମହାବିଦ୍ୟାଳୟ ର ୮୯ ଜଣ କୃତୀ ସ୍ନାତକତ୍ତୋର ଛାତ୍ର ଛାତ୍ରୀ ଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସିଲ୍ଡ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି।ମହାବିଦ୍ୟାଳୟ ପରିସର ରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପୁସ୍ପିତା ରାଜଗୁରୁ ,ପରୀକ୍ଷା ନିରୀକ୍ଷକ ଦେବେନ୍ଦ୍ରନାଥ ଦାସ , ଡିନ୍ ଶିକ୍ଷାବିତ ରମାକାନ୍ତ ଦାସ , ସଂଯୋଜକ ଡ଼ଃ .ପ୍ରଣବ ସ୍ବାଇଁ ,ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଢ଼ୀ,ଅଧ୍ୟାପକ ମାନସ ରଞ୍ଜନ ସ୍ବାଇଁ,କୃଷ୍ଣ ଚନ୍ଦ୍ର ସାବୁତ୍ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।ସମାରୋହ ରେ ୮୯ ଜଣ ଛାତ୍ର ଛାତ୍ରୀ ପିଜି ରେ କୃତକାର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ଚଳିତବର୍ଷ ମୋଟ ୫ ଟି ବିଭାଗରେ ୮୯ ଛାତ୍ର ଛାତ୍ରୀ ପିଜି ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଭୂତତ୍ଵ ବିଭାଗ ର ପିଜି ଛାତ୍ର ସୌଭାଗ୍ୟ ରଞ୍ଜନ ସାହୁ ୯୮.୩ ଶତକଡା ରଖି ଟପ୍ପର ହେବା ସହ ଶ୍ରେଷ୍ଠ ସ୍ନାତକତ୍ତୋର ଭାବେ ବିବେଚିତ ହୋଇଛନ୍ତି ।ସେ ମୋଟ ୨୦୦୦ ନମ୍ବର ରୁ ୧୯୬୬ ନମ୍ବର ରଖିଛନ୍ତି ।ସେହିପରି ଓଡ଼ିଆ ବିଭାଗ ରେ ଛାତ୍ରୀ ମୋନାଲିସା ନାୟକ ୮୩.୫ ପ୍ରତିଶତ ,ବାଣିଜ୍ୟରେ ଛାତ୍ରୀ ଚିନ୍ମୟୀ ରାଉତ ୯୪.୮ ,ରସାୟନ ବିଜ୍ଞାନ ଛାତ୍ର କାହ୍ନୁ ଚରଣ ମହାରଣା ୮୬ ପ୍ରତିଶତ ନମ୍ବର ରଖି ବିଭାଗୀୟ ଟପ୍ପର ହୋଇଛନ୍ତି ।ଅଧ୍ୟାପକ ମାନସ ରଞ୍ଜନ ଛାତ୍ର ଛାତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ