୮ ଘଂଟା ପରେ ମୁକୁଲିଲେ କର୍ମଚାରୀ ଓ ଗାଡି, ଲିଖିତ ପ୍ରତିଶୃତି ପରେ ଅଟକଙ୍କୁ ଛାଡିଲେ ଗ୍ରାମବାସୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୃହପାଳିତ ପଶୁ ପକ୍ଷୀଙ୍କ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲାଯିବା ସହ ସେଠାରେ ନିରକ୍ଷକ ନିୟୋଜିତ ଥିଲେବି ସେମାନଙ୍କ ଦେଖାମିଳୁନାହିଁ । ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଚାଂୟତରେ ପ୍ରାଣୀଧନ ନିରକ୍ଷକ ନିୟୋଜିତ ଥିଲେବି ସେଠାରେ କାର୍ଯ୍ୟନକରି ଛତ୍ରପୁର ମୁଖ୍ୟକାର୍ଯ୍ୟାଳୟରେ କାମ କରୁଛନ୍ତି । ଯାହାଫଳରେ କର୍ମଚାରୀମାନେ ଆସୁନଥିବାରୁ ଜୀବଯନ୍ତୁଙ୍କ ଚିକିତ୍ସା ହୋଇପାରୁନଥିବାରୁ ଅନେକ ଜୀବଯନ୍ତୁ ମୃତ୍ୟୁମୁଖରେ ପଡିଥାନ୍ତି । ଏନେଇ ପଚାଂୟତବାସୀଙ୍କ ପକ୍ଷରୁ ବହୁବାର ଅଭିଯୋଗ କଲେବି କୈାଣସି ସୁଫଳ ମିଳୁନଥିଲା । ଆଜି ଉକ୍ତ ପଚାଂୟତ ଅଧିନ ତେଲାପଲ୍ଲୀ ଗ୍ରାମରେ ଗୃହପାଳିତ ପଶୁପକ୍ଷୀଙ୍କୁ ପ୍ରତିଷେଧକ ଟିକା ଦେବାନେଇ ଏକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଏକ ଗାଡି ଯାଇଥିବା ବେଳେ ଉକ୍ତ ଗାଡିକୁ ଦିର୍ଘ ସମୟ ପ୍ରର୍ଯ୍ୟନ୍ତ ଗ୍ରାମବାସୀମାନେ ଅଟକ ରଖିଥିଲେ । ଉକ୍ତ ଗାଡିରେ ୬ଜଣ କର୍ମଚାରୀ ମଧ୍ୟ ଥିଲେ । ଉକ୍ତ ପଚାଂୟତ ପାଇଁ ନିୟୋଜିତ ପ୍ରାଣୀଧନ ନିରକ୍ଷକ ଏଠାକୁ ଦୈନିକ ଆସିଲେ ହିଁ ଏହି ଗାଡି ଏଠି ଛାଡିବୁ ବୋଲି କହିଥିଲେ । ପରେ ଘଟଣାର ଖବର ପାଇଁ ଉପନିର୍ଦ୍ଦେଶକ ଡ.ସୁଭ୍ରକାନ୍ତ ମହାନ୍ତି ଓ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଛତ୍ରପୁର ଡ. ଦେବାନନ୍ଦ ପାତ୍ର ପ୍ରମୁଖ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ ଲିଖିତ ପ୍ରତିଶୃତି ଦେଇଥିଲେ । ଏପରିକି ଦିର୍ଘ ୮ ଘଂଟା ପରେ ଏହାର ସମାଧାନ ହେବା ସହ ଅଟକ ଥିବା ଗାଡି ଓ କର୍ମଚାରୀଙ୍କୁ ଛଡା ଯାଇଥିଲା । ଆସନ୍ତା ୧୭ ରୁ ଏହି ପଚାଂୟତରେ ପ୍ରାଣୀଧନ ନିରକ୍ଷକ ଗିତାଞ୍ଜଳି ସାବତ ଆସିବେ । ସେ ଏଠାରେ ରହି ସମସ୍ତ ସେବା ଯୋଗାଇବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ପୁର୍ବରୁ ପ୍ରାଣୀଧନ ନିରକ୍ଷକ ଗିତାଞ୍ଜଳି ସାବତ ଏହି ପଚାଂୟତ ପାଇଁ ପ୍ରାଣୀଧନ ନିରକ୍ଷକ ରହିଥିଲେ ବି ଏଠାକୁ ନଆସି ଛତ୍ରପୁର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ଯାହାଫଳରେ ଏହି ପାଚଂୟତରେ ଥିବା ଗୃହ ପାଳିତ ପଶୁ,ପକ୍ଷୀମାନେ ସେବା ପାଇବାରୁ ବଂଚିତ ହେଉଥିଲେ । ଏହି ଆନ୍ଦୋଳନରେ ପଚାଂୟତର ସୁରେଶ ଦାଶ, ଲକ୍ଷ୍ମଣ ସେଠୀଙ୍କ ସମେତ ପଚାଂୟତ ବାସୀ ଉପସ୍ଥିତ ଥିଲେ । ସୂଚନା ଥାଉକି ଛତ୍ରପୁର ପଚାଂୟତରେ ବହୁ ପ୍ରାଣୀଧନ ନିରକ୍ଷକ ପଦବୀ ଖାଲି ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ