୮ ଦଫା ଦାବି ନେଇ କ୍ରାନ୍ତିକାରୀ କୃଷକ ସଭାର ଦାବିପତ୍ର 

ହିଞ୍ଜିଳିକାଟୁ, (ଶେଷଦେଵ ସାହୁ): ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ କମ ମଜୁରୀ ପ୍ରଦାନ କରାଯାଉଥିବା ବେଳେ ମଜୁରୀ ବୃଦ୍ଧି କରିବା ସହ ଅନ୍ୟାନ ୮ଟି ଦାବି ନେଇ ସ୍ଥାନୀୟ ଅଂଚଳର କ୍ରାନ୍ତିକାରୀ କୃଷକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ଏକ ଦାବି ପତ୍ର ସ୍ଥାନୀୟ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ବ୍ଳକ ବଡ଼ଖଣ୍ଡି ପଂଚାୟତ ଗୋପିନାଥପୁର ଗ୍ରାମର କିଛି ଶ୍ରିମକ ଅଭିଯୋଗ କରିଛନ୍ତି ଯେ, ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଭୟରେ ଦୀର୍ଘ ପ୍ରାୟ ୩ ମାସ ଧରି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ବନ୍ଦ ରହିଥିଲା । ଗତ କିଛି ଦିନ ଧରି କାର୍ଯ୍ୟାରମ୍ଭ କରିବା ସକାଶେ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପରିତାପର ବିଷୟ ବର୍ଦ୍ଧିତ ମଜୁରୀ ପ୍ରଦାନ କରାଯାଉନାହିଁ । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କଲେ କାର୍ଯ୍ୟରୁ ଛଟେଇ କରାଯିବ ବୋଲି ଧମକ ମିଳୁଛି ବୋଲି ସଂପୃକ୍ତ ଗ୍ରାମର ବହୁ ଶ୍ରମିକ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, ମାର୍ଚ୍ଚ ୨୩ ତାରିଖରେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଚିଠି ସଂଖ୍ୟା ୧୦୭୪ ପ୍ରକାରେ ମନରୋଗା ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦୈନିକ ମଜୁରୀ ଅଧିକ ୨୦ଟଙ୍କା ବୃଦ୍ଧି କରାଯାଇଛି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଦୈନିକ ମଜୁରୀ ୧୮୭ ଟଙ୍କା ରହିଥିବା ବେଳେ ବର୍ତମାନର ବର୍ଦ୍ଧିତ ଦର ଅନୁଯାୟୀ ୨୦୭ ଟଙ୍କା ମିଳିବା କଥା । କିନ୍ତୁ ସଂପୃକ୍ତ ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ପୂର୍ବ ନିର୍ଦ୍ଧାରିତ ଅନୁସାରେ ଦୈନିକ ୧୮୭ ଟଙ୍କା ହିସାବରେ ମଜୁରୀ ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ଶ୍ରମିକ ମାନେ ଗ୍ରାମ ରୋଜଗାର ସେବକ, ଗାଁ ସାଥୀ, କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ କାର୍ଯ୍ୟରୁ ଛଟେଇ କରାଯିବ ବୋଲି ଧମକ ଦେଉଛନ୍ତି । ଶୁକ୍ରବାର ଏ ନେଇ ସଂପୃକ୍ତ ଗ୍ରାମର କିଛି ଶ୍ରମିକଙ୍କ ସମେତ କ୍ରାନ୍ତିକାରୀ କୃଷକ ସଭାର କିଛି ସଭ୍ୟ, ସଭ୍ୟା ହିଞ୍ଜିଳିକାଟୁ ବିଡ଼ିଓ ଶ୍ରୀ ପାତ୍ରଙ୍କୁ ସାକ୍ଷାତ କରି ୮ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି । କମ୍ ପାରିଶ୍ରିମ ପ୍ରଦାନ କରୁଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ କ୍ରାନ୍ତିକାରୀ କୃଷକ ସଭାର ସଭ୍ୟ ଭଗବାନ ନାୟକଳ ସୁବାଷ ନାୟକ, ପ୍ରଫୁଲ ନାୟକ, ସଭ୍ୟା ଝୁନୁ ନାୟକ, ପି. ପାର୍ବତୀ, ସଂଯୁକ୍ତା ନାୟକ, ଝିଲି ନାୟକ ପ୍ରମୁଖ ଦାବି ଜଣାଇଛନ୍ତି । ଘଟଣଶ ନେଇ ବିଡ଼ିଓ ଶ୍ରୀ ପାତ୍ରଙ୍କୁ ପଚାରିବାରୁ ସେ କହିଲେ ସମସ୍ତ ଶ୍ରମିକଙ୍କ ସକାଶେ ମଜୁରୀ ୨୦୭ ଟଙ୍କା ଧାର୍ଯ୍ୟ ନୁହେଁ, ମାପ ହିସାବରେ ଯେଉଁ ମାନେ ଯେତିକି କାମ କରିବେ ସେହି ଅନୁପାତରେ ମଜରୀ ପ୍ରଦାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ