୮ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରଶ୍ମି ରଞ୍ଜନଙ୍କ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ୮ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତ ସେହି ଜୋନର ଆୟବା, ପୁରୁଷୋତ୍ତମପୁର, କଂସାର, ଓସ୍ତପୁର, ବଗଡ଼ା, କଳପଡ଼ା ଓ କପାଳେଶ୍ୱର ପ୍ରଭୃତି ପଞ୍ଚାୟତରେ ଆଜି ପ୍ରଚାର କରିଛନ୍ତି । ତାଙ୍କ ପ୍ରଚାରରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ସାମିଲ ହୋଇଥିଲେ । ପ୍ରଚାର ବେଳେ ରଶ୍ମିରଞ୍ଜନ କହିଥିଲେ ଯେ ଏହି ଜୋନରେ ପୂର୍ବରୁ ବିଜେଡି ପ୍ରାର୍ଥୀନୀ ଜିତିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନକୁ ନେଇ ବିଜେଡି କର୍ମୀମାନେ ଉତ୍ସାହିତ ଅଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ମୋତେ ନିର୍ବାଚନ ମୈଦାନକୁ ଟାଣି ଆଣିଛି । ମୋ ବାପା ଭଜକୃଷ୍ଣ ରାଉତ ଦୀର୍ଘ ଦିନ ଧରି ଦଳରେ ରହି ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟ କରିଛନ୍ତି । ବିଜୁ ବାବୁଙ୍କ ଅମଳରୁ ମୋ ବାପା ସମାଜସେବା କାର୍ଯ୍ୟ କରି ଆସୁଛନ୍ତି । ମୁଁ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଦେଇଛି । ୮ ନମ୍ବର ଜୋନରେ ସରକାରଙ୍କ ସମସ୍ତ ଉନ୍ନୟନମୂଳକ ଯୋଜନା ଗୁଡିକର କାର୍ଯ୍ୟକାରୀ ହେବ । ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟ ମଧ୍ୟ ଏହି ଜୋନରେ ସଫଳତାର ସହ କିପରି ହୋଇପାରିବ ସେ ନେଇ ମୁଁ ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଥିଲେ ଯେ ନବୀନ ବାବୁଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ଶିକ୍ଷିତ ଯୁବକ ଯୁବତୀ ଜନସେବା କରିବା ପାଇଁ ଆଗେଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ରଶ୍ମିରଞ୍ଜନ ହେଉଛନ୍ତି ଅନ୍ୟତମ । ରଶ୍ମିରଞ୍ଜନ ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ଶିକ୍ଷକ ପରିବାରରେ ଜନ୍ମ । ତେଣୁ ସେ ଜନସେବା କରିବା ପାଇଁ ରାଜନୀତିରେ ପାଦ ଦେଇଛନ୍ତି । ତାଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରାଇବା ପାଇଁ ବିଧାୟକ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ଜୋନର ଜିଲ୍ଲା ପରିଷଦ ସଭ୍ୟା ଜ୍ୟେତ୍ସ୍ନାରାଣୀ ଜେନା, ସ୍ନେହଲତା ତ୍ରିପାଠୀ, ବିଜୟ ପତି, ରାଜେଶ ପଣ୍ଡା, ସୁରେନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶହ ଶହ ବିଜୁପ୍ରେମୀ ଉପସ୍ଥିତ ଥିଲେ । ଏହି ଜୋନରେ ଆନ୍ତା ୨୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ