୮ ମାସର ଦରମା ନପାଇ ଅତିଥି ପ୍ରଶିକ୍ଷକ ହଟ୍ଟହଟ୍ଟା
(ଯୁଗାବ୍ଦ ନ୍ୟୁଜ), ରାଜ୍ୟରେ ଶିଳ୍ପର ବାତାବରଣ ସୃଷ୍ଟି କରିବା ଶିଳ୍ପାୟନରେ ନିଯୁକ୍ତି ଏବଂ ଯୁବକମାନଙ୍କୁ ଆତ୍ମ ନିର୍ଭରଶୀଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବୈଷୟିକ ତାଲିମ ଓ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ୩୯ଟି ସରକରାୀ ଆଇଟିଆଇ ରହିଛି । ଏହି ଆଇଟିଆଇ ଗୁଡିକରେ ସାମୟିକ ଅତିଥି ପ୍ରଶିକ୍ଷକ ଭାବେ ୮ ହଜାର ତାଲିମ ପ୍ରାପ୍ତଙ୍କୁ ନିଯୁକ୍ତ ଦିଆଯାଇଛି । ଦୁର୍ଭାଗ୍ୟର ବିଷୟ ଏହା ଯେ, ସ୍ୱଳ୍ପ ବେତନ ପାଇଥିଲେ ମଧ୍ୟ ଗତ ନଭେମ୍ବର ୨୦୧୮ରୁ ଉକ୍ତ କର୍ମଚାରୀମାନେ ଦରମା ନପାଇ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ନିଯୁକ୍ତି କ୍ଷେତ୍ରରେ ହେରଫେର ପ୍ରଶାସନିକ ବିଯର୍ଯ୍ୟସ୍ତ ଯୋଗୁଁ ଏଭଳି ଘଟଣା ଦେଖାଯାଇଛି । ଏ ଭିତରେ ନୂତନ ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ଦକ୍ଷିଣ ଓଡିଶ ଉନ୍ନୟନ ପରିଷଦର ଆବାହକ ରବିରଥ ଆକର୍ଷଣ କରିଛନ୍ତି । ସ୍ଥାୟୀ କର୍ମଚାରୀମାନେ ମୋଟା ଅଙ୍କର ଦରମା ପ୍ରତି ମାସର ୧ ତାରିଖରେ ପାଉଥିବାବେଳେ ଦୀର୍ଘ ୮ ମାସ ଧରି ଅସ୍ଥାୟୀ କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନ ନ କରିବା ଏକ ଦୁର୍ଭାଗ୍ୟଜନକ ଘଟଣା ଅଟୋ ।


