୯ ଓ ୧୧ନଂ ୱାର୍ଡରେ କମ୍ପି ଉଠିଲା ଜୟ ଜଗନ୍ନାଥ ଧ୍ୱନୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶାରେ ଶ୍ରୀ ଜଗନ୍ନାଥ ସଂସ୍କୃ ତି ର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାର-ପ୍ରସାର , ଓଡିଶା ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର ଅନ୍ୟତମ ଅଂଶବିଶେଷ ଓ ଏହି କ୍ରମେ ଜାନୁୟାରୀ ୧୭ତାରିଖ ଦିନ ପୂରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏହି ପରିପ୍ରେକ୍ଷୀରେ ଜୟ ଜଗନ୍ନାଥ ଅର୍ପଣ ରଥ ଘର କୁ ଘର ବୁଲି ଭକ୍ତଙ୍କ ଠାରୁ ଚାଉଳ ଓ ଗୁଆ ସଂଗ୍ରହ କରୁଛନ୍ତି । ଗଂଜାମ ଜିଲ୍ଲାର ଛତ୍ରପୁର ଏନଏସି ଅନ୍ତର୍ଗତ ୯ ଓ୧୧ନଂ ୱାର୍ଡ ରେ ଭକ୍ତିମୟ ପରିବେଶରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରିବା ସହ ବନ୍ଦାପନା ପରେ ଏକ ବିରାଟ ଶୋଭାଯାତ୍ରାରେ ଅର୍ପଣ ରଥ ବାଜା ବାଜଣା, ଯୋଡି ଶଙ୍ଖ, ଭଜ କୀର୍ତ୍ତନ ସହ ଜୟ ଜଗନ୍ନାଥ ଧ୍ୱନିରେ ବାହାରି ପ୍ରଥମେ ୯ନଂ ୱାର୍ଡର କାଉନସିଲର ପ୍ରିତିଛନ୍ଦା ସାମଲଙ୍କ ନେତୃତ୍ୱରେ ବ୍ୟାଙ୍କ କଲୋନୀ ଠାରୁ ରଥକୁ ପୂଜା ଅର୍ଚ୍ଚନା କରାଯାଇ ୱାର୍ଡର ଘର କୁ ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲ।। ପରେ ୧୧ନଂ ୱାର୍ଡର କାଉନସିଲର ସନ୍ତୋଷୀ ସେଠୀଙ୍କ ନେତୃତ୍ୱରେ ସ୍ଥାନୀୟ ବେରେକସାହି ସ୍ଥିତ ଶ୍ରୀଗଣେଷ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ ମୂର୍ତ୍ତି ରଖି ଧୁମଧାମରେ ପୂଜା ଅର୍ଚ୍ଚନା କରାଯାଇଥିଲା । ସେଠାରୁ ଅର୍ପଣ ରଥ ବାହାରି ୱାର୍ଡ ର ବିଭିନ୍ନ ସାହି କୁ ପରିକ୍ରମା ଘର କୁ ଘର ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା । ଏହି ସମୟରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରଭୂ ଜଗନ୍ନାଥଙ୍କ ପ୍ରତି ପ୍ରବଳ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଥିଲ।। ସେହିପରି ୯ନଂ ୱାର୍ଡର କାଉନସିଲର ଶ୍ରୀମତି ସାମଲଙ୍କ ନେତୃତ୍ୱରେ ସମସ୍ତ ଜନପ୍ରତିନିଧୀ ଓ ଶ୍ରଦ୍ଧାଳୁ ମାନେ ଗଂଜାମ ଏସପିଙ୍କ ବାସଭବନକୁ ଯାଇ ଏସପି ଜଗମୋହନ ମୀନା ଏବଂ ତାଙ୍କ ପତ୍ନୀଙ୍କ ଠାରୁ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ସେଠାରେ ମଧ୍ୟ ଜୟ ଜଗନ୍ନାଥ ଅର୍ପଣ ରଥ କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା । ଉଭୟ ଦୁଇଟି ୱାର୍ଡରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଘରକୁ ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ , ଉପସଭାପତି ଅଟ୍ଟଳ ବିହାରୀ ପଟ୍ଟନାୟକ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ଆଇନଜିବୀ ରଂଜନ ମହାପାତ୍ର, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଯୁବ ବିଜେଡି ଗଂଜାମ ଏସନଏସି ସଭାପତି ସୁଧୀର ପାଢି, ଯୁବ ବିଜେଡି ଜିଲ୍ଲା ନେତା ଶମ୍ଭୁନାଥ ସ୍ୱାଇଁ, ଅକ୍ଷୟ ସ୍ୱାଇଁ ଓ ରାଜେଶ କୁମାର ମହାରଣା, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ସଭାପତି ସୁରେଶ କୁମାର ପଣ୍ଡା , ଉପସଭାପତି ସିମାଞ୍ଚଳ ମହାପାତ୍ର ଓ ଭୈରବୀ କୁମାର ପଟ୍ଟନାୟକ, ଏଲ.ଗୋପାଳ ରାଓ, ଆଇନଜିବୀ ପ୍ରଶାନ୍ତ କୁମାର ଶତପଥୀ, ପୁଳିନ ବିହାରୀ ପଟ୍ଟନାୟକ ଓ ଟି ,ମୋହନ ରେଡ୍ଡୀ,କାଉନସିଲର ଦେବାଶିଷ ମିଶ୍ର, ବି.ନିଶ୍ଚଳା, ମମତା ପାତ୍ର, ଏମ. ୱାଣୀ ସେନାପତି, ଟି.ଗଣେଶ ରେଡ୍ଡୀ, ଅମରେଶ କୁମାର ମହାରଣା, କେ.ରମେଶ , ଅରୁନ୍ଧତି ରେଡ୍ଡୀ ଓ ସୁମନ୍ତ ନାହାକ, ଯୁବ ନେତା କିଶୋର ବେହେରା, ସପନ ନାହାକ, ମିଟୁ ବେହେରା ଙ୍କ ସମେତ ମିଶନ ଶକ୍ତି ସଦସ୍ୟା, ସ୍ୱଚ୍ଛସାଥୀ, ଏନଏସିର ବହୁ କର୍ମଚାରୀ ଏବଂ ଶହ ଶହ ଭକ୍ତ ମାନେ ସାମିଲ ଥିଲେ । ସ୍ଥାନୀୟ ଶ୍ରୀ ଗୈାରୀ ଶଙ୍କର ମନ୍ଦିର ନିକଟଥିବା ହନୁମାନ ବିଗ୍ରହ ଠାରେ ମନ୍ଦିର କମିଟି ଓ ଲାଇନ୍ସ କ୍ଲବ ପକ୍ଷରୁ ଯୁବ ବିଜେଡି ସଭାପତି ତଥା ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଓଙ୍କ ତତ୍ୱାବଧାନରେ ଜୟ ଜଗନ୍ନାଥ ଅର୍ପଣ ରଥ କୁ ସ୍ୱାଗତ କରାଯିବା ସହିତ ଭୋଗର ପୂଜା ଅର୍ଚ୍ଚନା ମଧ୍ୟ କରାଯାଇଥିଲା ।