୯ ଜଣ ଗଣଦୁଷ୍କର୍ମ ଅଭିଯୋଗରୁ ହେଲେ ଦୋଷମୁକ୍ତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ୨୦୧୬ ମସିହା ଅକ୍ଟୋବର ମାସରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେ ଘଟିଥିବା ଏକ ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ନଅ ଜଣ ଙ୍କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ୧୭ ଜଣ ସାକ୍ଷୀ ଙ୍କ ବୟାନ ଓ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି। ସୂଚନାଥାଉ କି ୨୦୧୬ ମସିହା ଅକ୍ଟୋବର ୧୨ ରାତିରେ ବାଦାମପାହାଡ଼ ରେ ହୋଉଥିବା ଦୁର୍ଗାପୂଜା ର ଯାତ୍ରା ରୁ ଜଣେ ବାଳିକା କୁ ଅପହରଣ କରି ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା।ଏହି ଦୁଷ୍କର୍ମ ଅଭିଯୋଗ ରେ ସ୍ଥାନୀୟ ଅଞ୍ଚଳର ଆଠ ଜଣ ଓ ଜାମଦା ଅଂଚଳର ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ତେବେ ପ୍ରମାଣ ଅଭାବ ରୁ ସମସ୍ତ ଅଭିଯୁକ୍ତ କୁ ମାନ୍ୟବର ଅଦାଲତ ନିର୍ଦୋଷ ରେ ଖଲାସ କରିଥିଲେ।ଅଭିଯୁକ୍ତ ଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାମ ଚନ୍ଦ୍ର ସାହୁ ଓ ଇନ୍ଦ୍ରଜିତ ସେନଗୁପ୍ତା ମକଦମା ପରିଚାଳନା କରୁଥିଲେ।


