‘ୱାଓ’ କ୍ଲବ ପକ୍ଷରୁ ଗଣ ସାଇକେଲଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ନୂଆବର୍ଷରେ ‘ୱାଓ’ କ୍ଲବ ପକ୍ଷରୁ ଏକ ‘ୱେଲନେସ ଅନ୍ ହୁଇଲ୍‌ସ’ ବା ଗଣ ସାଇକେଲ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ସହରର ସିନେମାଛକ ସ୍ଥିତ ସହିଦ ପାର୍କ ନିକଟରୁ ଏହି ସାଇକ୍ଲୋଥୋନ ବା ସାଇକେଲ ଯାତ୍ରା ଆରମ୍ଭ ହୋଇଥିଲା । ୱାଓ କ୍ଲବର ପ୍ରତିଷ୍ଠାତା ସଲିମ ରାଜା ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ । ପ୍ରତ୍ୟେକ ରବିବାର ଆୟୋଜିତ ହେଉଥିବା ସାଇକ୍ଲୋଥୋନକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆବର୍ଷର ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଶ୍ରୀ ରାଜା ସୂଚନା ଦେଇଥିଲେ । ଯ୍‌ୁବନେତା ବିକ୍ରମ ପଣ୍ଡା, କବି ଅଭୟ ଦାସ, ଅବଦୁଲ ଖାଲିଦ, ଦେବବ୍ରତ କର, ସତୀଶ ପରିଡ଼ା, ଶାହାବାଜ ଖାନ୍‌, ଆଲୋକ ପଟ୍ଟନାୟକ, ଶେଖ ତସଲିମ୍‌, ଶେଖ ଫୟାଜ୍‌, ଶେଖ ଅରକାନ, ସୁଦର୍ଶନ ମାଝୀ, ସଲାମୁଲହା ସଲାମ ପ୍ରମୁଖ ଏଥିରେ ଯୋଗଦେଇ ଏଥିରେ ସାମିଲ ସାଇକ୍ଲୋଥୋନ ଅଭିଯାତ୍ରୀ ଓ ୱାଓ କ୍ଲବ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଅଳ୍ପ କିଛି ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ବିରାଟ ଅଭିଯାନର ରୂପ ନେଉଛି ବୋଲି ସେ ମତ ଦେଇଥିଲେ । ବାଲେଶ୍ୱର ସହରରେ ଏକ ସ୍ୱତନ୍ତ୍ର ସାଇକେଲ ଟ୍ରାକ ନିର୍ମାଣ ପାଇଁ କ୍ଲବର କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଏହି ସାଇକ୍ଲୋଥୋନ ସହର ପରିକ୍ରମା ପରେ ସହିଦପାର୍କ ଠାରେ ସମାପ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ