ୱାରେଣ୍ଟି କୁ ଧରିବା କୁ ଯାଇ ପୋଲିସ ଆକ୍ରମଣ ର ଶିକାର
ପୋଲିସ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ୱାରେଣ୍ଟି କୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ୱାରେଣ୍ଟି ର ପତ୍ନୀ ପୋଲିସ ଉପରେ କିରାସିନି ଢାଳି ଅଶ୍ଳୀଳ ଭାଷା ରେ ଗାଳିଗୁଲଜ ସହ ମହିଳା ପୋଲିସ ଅଧିକାରୀ ଙ୍କୁ ଆକ୍ରମଣ ସହ ସାଥି ରେ ଯାଇଥିବା ପୋଲିସ ଟିମ ସହ ପୋଲିସ ଗାଡି ରେ ମଧ୍ୟ କିରାସିନି ଢାଳି ଦେଇଥିବା ଅଭିଯୋଗ ହୋଇଛି, କୋକସରା ଥାନା କୋକସରା ବଡପଡା ଗଙ୍ଗାରାମ ଖମାରି ଙ୍କ ନାମରେ ତାଙ୍କ ର ପତ୍ନୀ ଫୁଲତୋଳା ଖମାରି କିଛି ମାସ ପୂର୍ବେ ନିର୍ଯ୍ୟାତନା ଦେଉଥିବା ନେଇ ମାମଲା ଦେଇଥିଲେ, ସେହି ମାମଲା ରେ ହାଜିର ନହେବାରୁ ୱାରେଣ୍ଟ ବାହାରି ଥିଲା, ଅଭିଯୁକ୍ତ ପୋଲିସ କୁ ଧରାଛୁଆ ଦେଉ ନଥିବା ବେଳେ ଆଜି ଅଭିଯୁକ୍ତ ଘରେ ଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିବା ବେଳେ ଅଭିଯୋଗ ଦେଇଥିବା ତାଙ୍କ ପତ୍ନୀ ହିଁ ପୋଲିସ କୁ ଆକ୍ରମଣ କରିଥିବା ଜଣାପଡ଼ିଛି, ପୋଲିସ ଏ ସଂକ୍ରାନ୍ତରେ ସମ୍ପୃକ୍ତ ମହିଳା, ତାଙ୍କ ସ୍ଵାମୀ ଓ ମହିଳା ଙ୍କ ଭାଇ କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି