ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଇବିଆଇଟିଡିଏରେ ଉଲ୍ଲେଖନୀୟ ୮୧% ବୃଦ୍ଧି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଗୁଜରାଟର ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ କଂପାନିର ମୋଟ ରାଜସ୍ୱ ୫୨.୨୭% ବୃଦ୍ଧି ପାଇ ୧୦୬.୩୨ କୋଟି ଟଙ୍କା ହୋଇଥିବା ବେଳେ ବିଆଇଟିଡିଏ୮୦.୯୪ ପ୍ରତିଶତ ବୃଦ୍ଧି ପାଇ ୧୧.୨୨ କୋଟି ଟଙ୍କା ହୋଇଛି । ଟିକସ ପରବର୍ତୀ ଲାଭ ୫୯.୩୮ ପ୍ରତିଶତ ବୃଦ୍ଧି ପାଇ ୫.୩୫ କୋଟି ଟଙ୍କା ହୋଇଛି । ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ ଗୁପ୍ତେ କହିଛନ୍ତି ଯେ, “ଆମେ ଆର୍ôଥକ ବର୍ଷ ୨୦୨୩-୨୪ର ତୃତୀୟ ତୈମାସିକରେ ଆମର ଅସାଧାରଣ ଆର୍ôଥକ ପ୍ରଦର୍ଶନ ଘୋଷଣା କରି ଆନନ୍ଦିତ । ଏହି ଦୃଢ଼ ଅଭିବୃଦ୍ଧି ଭାରତୀୟ ବଜାରକୁ ସ୍ଥାୟୀ ଏବଂ ଅଭିନବ ଇଲେକ୍ଟ୍ରିକ୍ ଗମନାଗମନ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ବିକ୍ରୟ ପରିମାଣରେ ବୃଦ୍ଧି ଆମର ଅଫରଗୁଡିକର ବର୍ଦ୍ଧିତ ଗ୍ରହଣୀୟତାକୁ ସୂଚିତ କରୁଛି । ମାର୍କେଟିଂରେ ଆମର ରଣନୈତିକ ପୁଞ୍ଜିନିବେଶ ସକାରାତ୍ମକ ଫଳାଫଳ ପ୍ରଦାନ କରିଛି ଏବଂ ଆମେ ଆଶା କରୁଛୁ, ବିକ୍ରୟ ପରିମାଣର ଉନ୍ନତି ଧାରା ଜାରି ରହିବ । ଏହା ଦ୍ୱାରା ଆମ କମ୍ପାନିର ପ୍ରଦର୍ଶନ ସକାରାତ୍ମକ ଭାବେ ସୁଦୃଢ଼ ହେବ । ଆମେ ଅଧିକ ସମ୍ପ୍ରସାରଣ ଏବଂ ବିକାଶ ପାଇଁ ସକ୍ରିୟ ଭାବରେ ପ୍ରୟାସ କରୁଛୁ, ୱାର୍ଡୱିଜାର୍ଡ ଆମର ପାଣ୍ଠି ସଂଗ୍ରହ କାର୍ଯ୍ୟପାଇଁ ମଧ୍ୟସ୍ଥିମାନଙ୍କୁ ସଫଳତାର ସହ ନିଯୁକ୍ତ କରିଛି । ଏହି ଗୁରୁତ୍ୱପୂର୍ଣ୍ର ପଦକ୍ଷେପ ଆମକୁ ଭବିଷ୍ୟତର ଅଭିବୃଦ୍ଧି ଏବଂ ବିକାଶ ପାଇଁ ଭଲ ସ୍ଥିତିରେ ରଖିଛି କାରଣ ଆମେ ଇଲେକ୍ଟ୍ରିକ୍ ଯାନ ଶିଳ୍ପର ଗତିଶୀଳ ପରିଦଶ୍ୟରେ ଆଗକୁ ବଢ଼ିବାରେ ଆମ ପାଇଁ ସହାୟକ ହେବ । ୨୦୨୪ ସୁଦ୍ଧା ଇଲେକ୍ଟ୍ରିକ୍ ଯାନ ଆନୁଷଙ୍ଗିକ କ୍ଲଷ୍ଟର ବିକଶିତ କରିବା ପାଇଁ କମ୍ପାନି ଗୁଜରାଟ ସରକାରଙ୍କ ସହ ୨,୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିଛି ଯେଉଁଥିରେ ୨୦୨୪ ସୁଦ୍ଧା ୫,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ୱାର୍ଡୱିଜାର୍ଡର “ଜୟ ଇ-ବାଇକ୍” ବ୍ରାଣ୍ଡ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ମାତ୍ର ୬ ମାସ ମଧ୍ୟରେ ସମଗ୍ର ଭାରତରେ ୧୦୦ରୁ ଅଧିକ ଏକ୍ସକ୍ଲୁସିଭ୍ ସୋ\’ରୁମ୍ ଏବଂ ୭୫୦ରୁ ଅଧିକ ଟଚ୍ ପଏଂଟ୍ ଖୋଲିଛି । ସୋ\’ରୁମ୍ ରେ ଅତ୍ୟାଧୁନିକ ପିଡିସିପିଡି ସାମଗ୍ରୀରେ ନିର୍ମିତ ସ୍ଥାୟୀ ଏମ୍ ଆଇଏଚ୍ଓଏସ୍ ସ୍କୁଟର ସମେତ ବିଭିନ୍ନ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ରହିଛି ।