ୱାର୍ଡ ମେମ୍ବର ପ୍ରାର୍ଥୀ ଚିତରଂଜନ ଖୁଂଟିଆ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସଂସ୍କୃତି ସମ୍ପନ୍ନ ଓ ବୀର ମାଟି ଖୋର୍ଦ୍ଧା ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମର ତଥା ସାରସ୍ୱତ ପ୍ରତିଭା ଚିତରଂଜନ ଖୁଂଟିଆ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୭ ନମ୍ବର ୱାର୍ଡରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବହୁ ବର୍ଷ ପରେ ଉକ୍ତ ଗ୍ରାମରେ ବିନା ପ୍ରତିଦ୍ୱନ୍ଦିତାରେ ୱାର୍ଡ ମେମ୍ବର ପ୍ରାର୍ଥୀ ଚୟନ ହୋଇଆସୁଥିଲା । ତା’ର ଅନ୍ତ ଆଜି ଘଟିଛି । ବିଗତ ୫ ବର୍ଷ ଭିତରେ ସରକାରୀ ଯୋଜନାରେ ଦୁର୍ନୀତି ଓ ଜନଅସନ୍ତୋଷ ଯେପରିକି ଖେଳ ପଡ଼ିଆ ଦୁର୍ନୀତି, ଗୃହ,ରାସ୍ତା ର୍ନିମାଣ ଦୁର୍ନୀତି, କୁଅ ଦୁର୍ନୀତି ପ୍ରମୁଖରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ । ଆଗାମୀ ଦିନରେ ଏକ ଭଲ ପ୍ରାର୍ଥୀ ଚନୟ କରି ଦୁର୍ନୀତିମୁକ୍ତ ଗ୍ରାମ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହାକୁ ସାକାର ରୂପ ଦେବା ପାଇଁ ଆଗେଇ ଆସିଛନ୍ତି ୱାର୍ଡ ମେମ୍ବର ପ୍ରାର୍ଥୀ ଚିତରଂଜନ ଖୁଂଟିଆ । ସେ କହିଛନ୍ତି ଦୁର୍ନୀତି, ଅନ୍ୟାୟ ବିରୋଧରେ ଲଢ଼ିବା ସହିତ ସରକାରୀ ଯୋଜନାକୁ କିପରି ଜନସାଧାରଣଙ୍କ ପାଖରେ ପଂହଚାଇପାରିବି ତାହାର ସତ ଚେଷ୍ଟା କରିବି । ନୟାପଲ୍ଲୀ ଗ୍ରାମର ସମସ୍ତ ଗ୍ରାମବାସୀଙ୍କର ଆଶିର୍ବାଦ ଓ ସହଯୋଗ ରହିଲେ ଏହା ସମ୍ଭବ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ