ୱାର୍ଡ଼ୱାରୀ ନୂତନ ମଦ ଦୋକାନ ଖୋଲା ବିଜ୍ଞପ୍ତିକୁ ବିଜେପିର ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବକାରୀ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୧୦୪/ତା ୦୬.୦୭.୨୦୨୨ ରିଖ ବାହାରିଥିବା ନୂତନ ମଦ ଦୋକାନ ନୋଟିସକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜେପି ପକ୍ଷରୁ ଦାବୀ ହୋଇଛି । ସହରରେ ଯେଉଁଭଳି ଦିନକୁ ଦିନ ଛିନତାଇ, ରାହଜାନୀ ପ୍ରଭୃତି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ହୋଇଛି, ସେଥିରେ ପୁଣି ୱାର୍ଡ ୱାରୀ ମଦ ଦୋକାନ ଖୋଲିବା ପାଇଁ ସରକାର ଯେଉଁ ନିଷ୍ପତି ନେଉଛନ୍ତି ତାହା ବାଲେଶ୍ୱର ପାଇଁ ଆଦୌ ଶୁଭମୟ ନୁହଁ । ଭାରତୀୟ ଜନତା ପାର୍ଟିର ସଦର ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ ସରକାରଙ୍କ ଏହି ନିଷ୍ପତିକୁ କଡା ଶବ୍ଦରେ ବିରୋଧ କରିବା ସହ ଜିଲ୍ଲା ପ୍ରଶାସନକୁ ଉକ୍ତ ନୋଟିସକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି । ବାଲେଶ୍ୱର ସହରରେ ଶାନ୍ତି ଓ ସମାଜକୁ ଏକ ଶୃଙ୍ଖଳିତ ଦିଗରେ ନେବା ପାଇଁ ଅବକାରୀ ବିଭାଗ ତୁରନ୍ତ ଉକ୍ତ ନୋଟିସକୁ େ‘ରସ୍ତ କରନ୍ତୁ । ବାଲେଶ୍ୱର ସହରରେ ପିଇବା ପାଣିର ଘୋର ସମସ୍ୟା ଦେଖାଯାଉଥିବା ସ୍ଥଳେ ଘରକୁ ଘର ଏବଂ ୱାର୍ଡକୁ ୱାର୍ଡ ପାନୀୟ ଜଳର ସୁବିଧା ନକରାଇ ୱାର୍ଡ ୱାରୀ ମଦ ଦୋକାନ ଖୋଲିବାରେ ରାଜ୍ୟ ସରକାର ବ୍ୟସ୍ତ । ଏଣୁ ଜିଲ୍ଲା ପ୍ରଶାସନ ଏଥି ଦିଗରେ ଉଚିତ ପଦକ୍ଷେପ ନନେଲେ ବିଜେପି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦତ୍ତ ମତ ରଖିଛନ୍ତି ।