ୱାଲଟିୟର ରେଳ ଡିଭିଜନର ଡିଆରଏମଙ୍କ ପାରଳାଖେମୁଣ୍ଡି ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ୱାଲଟିୟର ରେଳ ଡିଭିଜନର ଡିଆରଏମ୍ ଅନୁପ କୁମାର ସତପଥି ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଦିନିକିଆ ଗସ୍ତରେ ଆସି ପରିଦର୍ଶନ ଓ ନିରୀକ୍ଷଣ କରି ଫେରିଥିବାର ଜଣାପଡିଛି । ଏହି ଗସ୍ତ ସମୟରେ ନୌପଡା ଗୁଣପୁର ରେଳପଥର ମରାମତି, ପାରଳାଖେମୁଣ୍ଡିର ନିର୍ମାଣଧିନ ପ୍ଲାଟଫର୍ମ, ପ୍ରସ୍ତାବିତ ନୂତନ ରେଳଷ୍ଟେସନ ନିର୍ମାଣ ଓ ବିଭିନ୍ନ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସମସ୍ତ କାର୍ଯ୍ୟର ନିରୀକ୍ଷଣ ତଥା ତଦାରଖ କରିଛନ୍ତି । ସେହି ସମୟରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଭେଟି ଷ୍ଟେସନ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଡିଆରେମ ଆନୁପକୁମାରଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି । ରେଳ ଷ୍ଟେସନ ନିକଟରେ ଥିବା ହନୁମାନ ମନ୍ଦିରକୁ ଉଚ୍ଛେଦ ନ କରିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏହି ସମସ୍ୟାର ସମାଧାନ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ହିଁ ଉଚ୍ଛେଦ ନିଷ୍ପତ୍ତି ହୋଇପାରିବ ବୋଲି କହିଥିଲେ । ସେହିପରି ଆସନ୍ତା ବର୍ଷ ମଧ୍ୟରେ ପାରଳା ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ସମାପନ ହୋଇ ଉଦ୍ଘାଟିତ ହେବ ବୋଲି ସୂଚନା ଦେବା ସହ ଏହି ରେଳପଥରେ ଟ୍ରେନର ଗତି ବଡାଯିବା ସହ ଅନ୍ୟାନ୍ୟ ଆଧୁନିକକରଣ ବ୍ୟବସ୍ଥା, ଷ୍ଟେସନର ଓ ରେଳପଥର ସବୁ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି ।


