ୱେଷ୍ଟଇଣ୍ଡିଜ ଗ୍ରସ୍ତ ପାଇଁ ଘୋଷଣା ହେଲା ଟିମ ଇଣ୍ଡିଆ
(ଯୁଗାବ୍ଦ ନ୍ୟୁଜ) ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍ ଘୋଷଣା କରାଯାଇଛି। ୨ଟି ଟେଷ୍ଟ, ୩ଟି ଦିନିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଟିମ୍ ଘୋଷଣା କରାଯାଇଛି। ତିନୋଟି ଯାକ ଫର୍ମାଟ୍ରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍ ବେଳେ ଆହତ ହୋଇଥିବା ଶିଖର ଧାୱନ ମଧ୍ୟ ଟିମ୍କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍ରେ ସ୍ଥାନ ମିଳିଛି। ସେହିପରି ରୋହିତ ଶର୍ମା ଟେଷ୍ଟ୍ ଟିମ୍ରେ ସ୍ଥାନ ପାଇଛନ୍ତି। ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଟେଷ୍ଟ୍ ମ୍ୟାଚ୍ରେ ଏହି ଦାୟିତ୍ୱ ତୁଲାଇବେ ଆଜିଙ୍କ୍ୟ ରାହାଣେ। ।