•ର୍ମସ୍ର ନିର୍ଦ୍ଦେଶରେ ଶ୍ରେଷ୍ଠ ମେଦବହୁଳତା ଡ଼ାକ୍ତର ରୂପେ ସମ୍ମାନିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଟାଇମ୍ସ ଗ୍ରପ୍ ଓ ଟାଇମ୍ ଅଫ ଇଣ୍ଡିଆ ତରଫରୁ ପ୍ରତବର୍ଷ ଭଳି ୨୦୧୮-୧୯ ବର୍ଷ ପାଇଁ ଶ୍ରେଷ୍ଠ ଡ଼ାକ୍ତରମାନଙ୍କୁ ସମ୍ମାନିତ କରାଯାଉଅଛି । ଅତ୍ୟାଧୁନିକ ଯୁଗରେ ମେଦବହୁଳତାର ସଫଳ ଚିକିତ୍ସା ଏକ ବିରାଟ ସମସ୍ୟା ରୂପେ ଦେଖାଦେଇଛି । ଖାରବେଳ ନଗରସ୍ଥିତ ରାମ ମନ୍ଦିର ନିକଟରେ ଥିବା •ର୍ମସ୍ ବିଗତ •ରିବର୍ଷ ହେଲା ମେଦବହୁଳତାର ସଫଳ ସମାଧାନ କରିପାରୁଛି ବିନା ଔଷଧ ଓ ସର୍ଜରୀରେ । ଏଠାକାର ଅଭିଜ୍ଞ ଡ଼ାକ୍ତର ଏବଂ ଡ଼ାଏଟିସିଆନମାନେ ରୋଗୀମାନଙ୍କୁ ସଫଳତାର ସହ ଏକ ସୁସ୍ଥ ଜୀବନଶୈଳୀ ଏବଂ ନିରାପଦ ଜୀବନଯାପନର ଉପାୟ ବତାଇ ପାରୁଛନ୍ତି । ମେଦବହୁଳତା ନିରାକରଣ ପାଇଁ ସଫଳ ଗବେଷଣା କରିଥିବାରୁ ଡ଼ାକ୍ତର ନଳିନୀକାନ୍ତ ମିଶ୍ରଙ୍କୁ ଟାଇମ୍ସ ଅଫ ଇଣ୍ଡିଆ ତରଫରୁ ସମ୍ମାନିତ କରାଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏବଂ ବଲିଉଡ଼ ଅଭିନେତା ସୋନୁ ସୁଦ ଯୋଗଦେଇ ବହୁ ପ୍ରତିଷ୍ଠିତ ଡ଼ାକ୍ତରମାନଙ୍କୁ ସମ୍ମାନିତ କରିଛନ୍ତି । ସମ୍ମାନିତ ପରେ •ର୍ମସ୍ର ନିର୍ଦ୍ଦେଶକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ •ର୍ମରେ ଜାପନ, ଫ୍ରାନ୍ସ ଏବଂ କୋରିଆରେ ପ୍ରସ୍ତୁତ ବିଭିନ୍ନ ଚିକିତ୍ସା ପ୍ରଣାଳୀ ଏବଂ ଅତ୍ୟାଧୁନିକ ଉପକରଣ ଦ୍ୱାରା ମେଦବହୁଳତାର ସମାଧାନ ସହିତ ଶରୀରେ ସମସ୍ତ ଅଂଶରୁ ସପଳତାର ସହ ଚର୍ବିକୁ ବିନା ସର୍ଜରୀରେ ଓ ବିନା ଔଷଧରେ ଘଟାଇ ଦିଆଯାଇପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ