ନାଉଗାଁ ବ୍ଳକରେ ୭ଟି କେନ୍ଦ୍ରରେ୧୦୧୦ ଜଣ ଦେଲେ ମାଟ୍ରିକ ପରୀକ୍ଷା, ୧୧ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ
ନାଉଗାଁ,(ଓ୍ବାଇଏନଏସ): ଚଳିତ ମାଟ୍ରିକ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକରେ ୭ଟି କେନ୍ଦ୍ରରେ ସମୁଦାୟ ୧୦୨୧ଜଣ ପିଲା ପରୀକ୍ଷା ଦେବା ପାଇଁ ଫର୍ମ ଆବେଦନ କରିଥିବା ବେଳେ ୧୦୧୦ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି। ସେଥିମଧ୍ୟରୁ ୧୧ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି। ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୨୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭୦ଜଣରୁ ୧୬୬ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ଅନୁପସ୍ଥିତ, ଅଙ୍ଗେଶ୍ୱରପଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୬୬ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୬୪ଜଣ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ, ଆର୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଗଜରାଜପୁର ୧୧୨ ଜଣ, ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାଳୟ,ତିରୁଣାରେ ୧୬୮ଜଣ ମଧ୍ୟରୁ ୧୬୭ଜଣ ପରୀକ୍ଷା ଦେଇଥିବା ବେଳେ ୧ ଅନୁପସ୍ଥିତ, କଂଟୁଣିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ୧୦୪ରୁ ୧୦୩ଜଣ ପରୀକ୍ଷା ଦେଇଥିବା ବେଳେ ୧ ଅନୁପସ୍ଥିତ, ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭୬ ପରୀକ୍ଷାର୍ଥୀ ମଧ୍ୟରୁ ୧୭୩ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଥିବା ଜଣାଯାଇଛି। ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଂଟର ଭାବେ ଗ୍ରହଣ କରାଯାଇ ପ୍ରଶ୍ନପତ୍ର ମହଜୁଦ ରଖାଯାଇଛି। ସେହିପରି ପ୍ରଶ୍ନପତ୍ର ବଂଟନ ଦାୟିତ୍ୱରେ ୨ଟି ଟିମ ଗଠନ କରାଯାଇଛି। ହିମାଂଶୁ କୁମାର ମହାନ୍ତି, ଆଦର୍ଶ କୁମାର ଦାସ, ଚିତରଂଜନ ମହାନ୍ତି, ଅମୀୟ କୁମାର ମହାପାତ୍ର ପ୍ରଶ୍ନପତ୍ର ବଂଟନ ଦାୟିତ୍ୱରେ ରହିଥିବା ବ୍ଳକ ଶିକ୍ଷାଧିକାରୀ ଦିଲିପ୍ କୁମାର ବଡପଣ୍ଡା ସୂଚନା ଦେଇଛନ୍ତି।


