୧୦୩୦ଲିଟର ଚୋରା ମଦ ଜବତ, ୭ ଗିରଫ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ପାଟକୁରା, ପଟ୍ଟାମୁଣ୍ଡେଇ ଟାଉନ ଓ ପଟ୍ଟାମୁଣ୍ଡେଇ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ କରାଯାଇ ମୂଳବସନ୍ତ ଗ୍ରାମର ଚନ୍ଦ୍ରଶେଖର ସେଠୀ(୪୨)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ଲୋକନାଥପୁର ଗ୍ରାମର ରାଜେନ୍ଦ୍ର ମଳିକ(୩୦)ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ, ସିଂହନାଥପୁର ଗ୍ରାମର ଦିପୁ ନାୟକ(୨୭)ଙ୍କ ଠାରୁ ୨୪ ଲିଟର ଦେଶୀ ମଦ, ତିଖିରୀ ଗ୍ରାମର କଙ୍କଳି ବେହେରା(୩୬)ଙ୍କ ଠାରୁ ୯୧୫ ଲିଟର ଦେଶୀ ରନ୍ଧା ଗୁଡ ପୋଚ, ନଳଦିଆପାଳଦ ଗ୍ରାମର ଅରୁଣ କୁମାର ବେହେରା(୫୫)ଙ୍କ ଠାରୁ ୧୪ ବିଦେଶୀ ମଦ, ସିନ୍ଧା ଗ୍ରାମର ରଞ୍ଜନ ନାୟକ(୫୫ )ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ବନ୍ଧକଟା ଗ୍ରାମର ଗଣେଶ ବେହେରା(୫୧ )ଙ୍କ ଠାରୁ ୨୨ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୦୩୦ ଲିଟର ଦେଶୀ, ବିଦେଶୀ ଓ ଦେଶୀ ରନ୍ଧାଗୁଡ ପୋଚା ଚୋରା ମଦ ଜବତ କରାଯାଇ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପନିରୀକ୍ଷକ ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


