ତାଇକୋଣ୍ଡ ଚାମ୍ପିଅନସିପରେ ଭାଗନେବେ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲର ୧୧ଛାତ୍ରୀ

ହାଟଡିହି (ବିକାଶ ବିଶ୍ବାଳ): କଟକ ଇଣ୍ଡୋ ଷ୍ଟାଡିୟମ୍ ଠାରେ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁଥିବା ୯ମ ନେସନାଲ ଓପନ ତାଇକୋଣ୍ଡ ଚାମ୍ପିଅନସିପରେ ହାଟଡିହି ବ୍ଲକର ବେରୁଣପଦି ଠାରେ ଥିବା ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲର ୧୧ଛାତ୍ରୀ ଭାଗନେବେ। ଏଥିପାଇଁ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷକ ନାଗୀ ବେଶ୍ରାଙ୍କ ଦ୍ୱାରା ଉପଯୁକ୍ତ ପ୍ରଶିକ୍ଷଣ ମାନ ଦିଆଯାଇ ପ୍ରସ୍ତୁତ କରାଯାଉଛି। ଏଠାରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶାରୀରିକ, ମାନସିକ ଓ ବୌଦ୍ଧିକ ଶିକ୍ଷା ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀ ମାନେ କିପରି ସଫଳତା ହାସଲ କରିବେ ସେଥିପାଇଁ ଶିକ୍ଷକ, ପ୍ରଶିକ୍ଷକ ମାନେ ଗୁରୁତ୍ଵ ଦେଉଛନ୍ତି। ଡାକ୍ତର ପ୍ରଦୀପ ସେଠୀଙ୍କ ପ୍ରଚେଷ୍ଟାରେ ସ୍ଥାପିତ ଏହି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷାଦାନ ସହିତ କ୍ରୀଡାକୁ ମଧ୍ଯ ଗୁରୁତ୍ଵ ଦିଆ ଯାଉଛି ବୋଲି ବିଦ୍ୟାଳୟର କର୍ମକର୍ତା ମାନେ କହିଛନ୍ତି।  ସୁଦିକ୍ଷା ପଳତା,  ଅଭିଲିପସା ନାୟକ, ଅଂଶିକା ପ୍ରିୟଦର୍ଶିନୀ, ସାଇ ସମ୍ପୁର୍ଣ୍ଣ ତରେଇ, ସାଇଶ୍ରଦ୍ଧା ରାଉତ, ସାଇ ପ୍ରତୀକ୍ଷା ରାଉତ, ସ୍ଥିତିପ୍ରଜ୍ଞା ରାଉତ, ପ୍ରତ୍ୟୁଷ ଭୂୟାଁ, ଶର୍ମିଷ୍ଠା ଭୂୟାଁ, ସୂର୍ୟାପ୍ରଂଶବ ରାଉତ, ପ୍ରତ୍ୟୁଷ ରାଉତ ପ୍ରମୁଖ ଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ସ୍କୁଲ ତରଫରୁ ରାଧାକାନ୍ତ ସାହୁ, ସୁଧାଂଶୁ ଶେଖର ଭୂୟାଁ, ବିକାଶ ସିଂ, ଉତ୍ତମ କୁମାର ସାହୁ, ଘନଶ୍ୟାମ ବେହେରା, ରିୟା ଦଳେଇ ପ୍ରମୁଖ ଛାତ୍ରୀ ମାନଙ୍କ ସଫଳତା କାମନା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ